ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ର ଙ୍କର ୧୦୨ବର୍ଷରେ ପରଲୋକ

0

ପୁରୀ, (ଅନିମେଶ ପଟ୍ଟନାୟକ): ବର୍ଷିୟାନ ତଥା ଶତାୟୁ ସ୍ବାଧିନତା ସଂଗ୍ରାମୀ ସୁଲକ୍ଷଣା ମହାପାତ୍ରଙ୍କ ପରଲୋକ ଘଟିଛି । ଶନିବାର ସଂଧ୍ୟା ୬.୨୫ମି ସମୟରେ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ତାଙ୍କ ବାସଭବନରେ ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହୋଇଛି ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ପିଲାଟି ସମୟରେ ସୁଲକ୍ଷଣା ତାଙ୍କ ସ୍ବାମୀ ହରିହର ମହାପାତ୍ର ଙ୍କ ସହ ସ୍ବାଧୀନତା ସଂଗ୍ରାମ ରେ ଭାଗ ନେଇଥିଲେ। ମହାତ୍ମାଗାନ୍ଧୀ ଯେତେବେଳେ ଡେଲାଙ୍ଗ ବେରବୋଇ ଆସିଥିଲେ ସେତେବେଳେ ମହାତ୍ମାଗାନ୍ଧୀ ଓ କସ୍ତୁରୁବା ଙ୍କୁ ଭେଟି ସ୍ବାଧୀନତା ସଂଗ୍ରାମ ପାଇଁ ସେ ପିନ୍ଧିଥିବା ସମସ୍ତ ସୁନା ଗହଣା ପ୍ରଦାନ କରିଥିଲେ। ସୁନା ଗହଣାକୁ ବିକ୍ର କରି ସ୍ବାଧୀନତା ସଂଗ୍ରାମରେ ସେହି ଟଙ୍କାକୁ ଲଗାଇବାପାଇଁ କହିଥିଲେ। ସେ ରମାଦେବୀଙ୍କ ନିର୍ଦେଶରେ ଗାଁ ଗାଁ ବୁଲି ଚରଖା ଚଲାଇବା ଓ ସୂତା କଟାଇବା ଶିଖାଇଥିଲେ। ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ସମ୍ପର୍କ ରହିଥିଲା। ଆଜି ତାଙ୍କର ବିୟୋଗରେ ଚାରିଆଡେ ଦୁଖ ର କଳାବାଦଲ ଛାଇଯାଇଛି। ପରିବାର ଓ ସାହି ବାସିନ୍ଦା ଙ୍କ ମନରେ ଶୋକା ର ଛାଇ ଖେଳିଯାଇଛି। ୨୦୧୩ ଅଗଷ୍ଟ ୯ ତାରିଖରେ ସୁଲକ୍ଷଣା ମହାପାତ୍ର ଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ସମ୍ମାନିତ କରିଥିଲେ । ତାଙ୍କର ଚାରିପୁଅରୁ ଦୁଇ ପୁଅ ଜୀବିତ ଅଛନ୍ତି। ତିନି ଝିଅରୁ ଦୁଇ ଝିଅ ଉପସ୍ଥିତ ଅଛନ୍ତି। ତାଙ୍କର ବଡପୁଅ ଅନ୍ତେଷ୍ଟି କ୍ରିୟା କରିଥିବା ଜଣା ପଡିଛି ।

Leave A Reply

Your email address will not be published.