ବିଦ୍ୟାଳୟ ଓ ଗଣ ଶିକ୍ଷା ଉପଦେଷ୍ଟା ଶିଶିର ପରିଜାଙ୍କ ସ୍କୁଲ ପରିଦର୍ଶନ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଓଡିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜା  ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ପ୍ରଥମେ ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା ଙ୍କ ନେତୃତ୍ୱ ରେ ଉପଦେଷ୍ଟା ଶ୍ରୀଯୁକ୍ତ ପରିଜା ଜ଼ିଲ୍ଲାର ଅଧିଷ୍ଠାତ୍ରୀ ଦେବି ମା ଶାରଳା ଙ୍କ ପୀଠ ରେ ପହଂଚି ମା ଙ୍କୁ ଦର୍ଶନ କରିବା ସହିତ ଭୋଗ ଲାଗି କରି ଆଶୀର୍ବାଦ ଭିକ୍ଷା କରିଥିଲେ l

ସେଠାରୁ ପ୍ରଥମେ ମୂଳିସିଂଙ୍ଗ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କ ସହିତ ମେଧା ବୃତ୍ତି, ସାଇକେଲ ସମେତ ବିଭିନ୍ନ ସମସ୍ୟା ସମ୍ପର୍କ କରେ ପଚାରି ବୁଝିଥିଲେ l ସେହି ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀର ମେଧାବୀ ଛାତ୍ର ଆଦିତ୍ୟ ଦଳାଇଙ୍କୁ କଲମ ଦେଇ ସମ୍ବର୍ଦ୍ଧନା କରିବା ସହିତ ଆଗକୁ ଭଲ ପାଠ ପଢି ନିଜ ପିତା ମାତା ଙ୍କ ନାମ ଉଚ୍ଚା କରିବାପାଇଁ ଆଶୀର୍ବାଦ କରିଥିଲେ l ଏହା ସହିତ ଏହି ବିଦ୍ୟାଳୟ ରେ ବିଭିନ୍ନ ସମସ୍ୟା ସଂମ୍ପର୍କ ରେ ପଚାରି ବୁଝିଥିଲେ l ପରେ କନକପୁର ଠାରେ ସାରଦାଏକାଡେମୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ସେହି ବିଦ୍ୟାଳୟ ରେ କେତେକ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ସାଇକେଲ ପାଇନଥିବା ଜାଣିବାକୁ ପାଇଥିଲେ l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନଥିବା ଶିକ୍ଷକ ଶିକ୍ଷୟତ୍ରୀ ଜଣାଇଥିଲେ l ପରେ ଗୋବିନ୍ଦପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ l

ତିର୍ତ୍ତୋଲ ମଣିଚରଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ବିଦ୍ୟାଳୟ ମାନଙ୍କରେ ଥିବା ବିଭିନ୍ନ ସମସ୍ୟା କୁ ତାଲିକା ଭୁକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିବେବୋଲି କହିଥିଲେ l ଯେଉଁ ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀ ମାନେ ସାଇକେଲ ପାଇନାହାନ୍ତି ବା ବହି ହେଉ ବା ମେଧା ବୃତ୍ତି ପରୀକ୍ଷା ରୁ ବଂଚିତ ହେଉଛନ୍ତି ଉପଦେଷ୍ଟା ଶ୍ରୀଯୁକ୍ତ ପରିଜା ଜଗତସିଂହପୁର ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହିତ ଫୋନ ଯୋଗେ ସମସ୍ୟାର ତ୍ୱରିତ ସମାଧାନ କରିବାପାଇଁ କହିଥିଲେ l ଏଥିରେ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବେହେରା ଙ୍କ ସହିତ ଜ଼ିଲ୍ଲାପରିଷଦ ସୁନୀଲ କୁମାର ବେହେରା, ସୁମିତ ଦାସ, ସୁଜିତ କୁମାର ମହାନ୍ତି, ଗୋବିନ୍ଦପୁର ବିଶିଷ୍ଟ ସମାଜସେବୀ ଭାସ୍କର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ l

Leave A Reply

Your email address will not be published.