ମେଲଛାମୁଣ୍ଡା,(ମନେ।ଜ ଭୋଇ) -ବରଗଡ ଜିଲ୍ଲା ଅନ୍ତର୍ଗତ ମେଲଛାମୁଣ୍ଡା ସ୍ଥିତ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଆସନ ମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ୭୨ ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ପ୍ରସ୍ତୁତୁ ପର୍ବ ଶେଷ ପର୍ଯ୍ୟାୟରେ ପହଂଚିସାରିଛି । ମେଲଛାମୁଣ୍ଡା ଆସନ ମନ୍ଦିର ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ହୋଇଯାଇଛି । ନୀଳାଚଳ ସାରସ୍ୱତ ସଂଘ ପୁରୀ ଶାଖା ସଭାପତି ଗଗନେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସେବକ ସଂଘର ସଭାପତି ସୁଧିର ଲେଙ୍କା, ପୁର୍ଣ୍ଣଚନ୍ଦ୍ର ବେହେରା, ବହ୍ମାନନ୍ଦ ବେହେରା,ନୃସିଂହ ଚରଣ ବଳ,ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଂଘ ଶକ୍ତିର ପ୍ରତିଷ୍ଠା ଓ ଭାବ ବିନିମୟ, ସନାତନ ଧର୍ମର ପ୍ରଚାର, ସତ୍ ଶିକ୍ଷାର ବିସ୍ତାର ଓ ବ୍ରାହ୍ମଣ୍ୟ ଭାବରେ ଜୀବ ସେବା ହେଉଛି ଏହାର ମୁଳ ଲକ୍ଷ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ନୀଳାଚଳ ସାରସ୍ୱତ ସଂଘ, ପୁରୀ କେନ୍ଦ୍ର ଆସନ ମନ୍ଦିର ଆନୁକୂଲ୍ୟରେ ଆସନ୍ତା ଫେବୃୟାରୀ ୪ ତାରିଖରୁ ତିନି ଦିନ ବ୍ୟାପି ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଓଡିଶାର ବହୁ ସନ୍ୟାସୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଆସାମ ବଙ୍ଗୀୟ ସାରସ୍ୱତ ମଠର ମହନ୍ତ ମହାରାଜଙ୍କ ପ୍ରତିନିଧି ସଦାନନ୍ଦ ସରସ୍ୱତୀ, ବ୍ରହ୍ମାନନ୍ଦ ସରସ୍ୱତୀ, ବଲାଙ୍ଗୀରର ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀ, ଧଣ୍ଡାମୁଣ୍ଡାର ଜୟଦେବ ଭାରତୀ ଏବଂ ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି ବିଧାୟକ ଶୁଶାନ୍ତ ସିଂ, ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ବିଧାୟକ ଶଶିଭୂଷଣ ବେହେରା, ଦୂରଦର୍ଶନ ଓ ଆକାଶବାଣୀର ପୂର୍ବତନ ନିଦ୍ଦୈଶକ ଶାନ୍ତନୁ ରଥ, ମନ୍ତ୍ରୀ ରୀତା ସାହୁ, ବିଧାୟିକା ବର୍ଷା ସିଂ ବରିହା, ଗୀତା ମିଶ୍ର, ବରଗଡ ମହିଳା କଲେଜର ଅଧ୍ୟାପିକା ସଂଘମିତ୍ରା ମିଶ୍ର, ପଦ୍ମଶ୍ରୀ ହଳଧର ନାଗ, କୃଷ୍ଣ କେଶବ ଷଡଙ୍ଗୀ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତର ତଥା ଅନ୍ୟାନ୍ୟ ପ୍ରଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ରହିଛି । ପରିଚାଳକ ଦୁର୍ଗାଚରଣ ମହାନ୍ତି ଙ୍କ ଆଦେଶରେ ଭକ୍ତ ମାନଙ୍କ ଦ୍ୱରା ପୂଜା ମଣ୍ଡପ,କ୍ୟାମ୍ପ, ପରିମଳ ବ୍ୟାବସ୍ଥା,ପାନୀୟ ଜଳ, ପ୍ରସାଦ ସେବନ ପାଇଁ ବ୍ୟବସ୍ଥା ହୋଇସାରିଛି । ପ୍ରଥମ ଅଧିବେଶନ ଶନିବାର ପ୍ରାତଃ ୪.୩୦ରୁ ୮.୩୦ ପର୍ଯ୍ୟନ୍ତ ଚାଲିବ । ସେହି ସମୟ ମଧ୍ୟରେ ପ୍ରତଃ ପୂଜା, ଆରତୀ ବନ୍ଦନା, ପ୍ରାର୍ଥନା, ଆବାହନ ଗାନ ଓ ପ୍ରବଚନର କାର୍ଯ୍ୟକ୍ରମ ରହିଥିବା ଭକ୍ତ ସମ୍ମିଳନୀ ଆବାହକ କମିଟି ସଭାପତୀ କଳ୍ପତରୁ ସେନାପତୀ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.