ସାରସକଣା ରୁ ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧିନ ୪୯ ନମ୍ବର ଜାତୀୟ ରାଜପଥ କଡ଼ ଜଳଡିଙ୍ଗାସ୍ଥ ଟାୱାର ଢ଼ାବାରୁ କଲରାପତରିଆ ବାଘଛାଲ ଉଦ୍ଧାର କରିଛି ପୁଲିସ। ମୟୂରଭଞ୍ଜ ଏସପିଙ୍କ ନିର୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଦଳ ସକାଳ ସମୟରୁ ଡିଲ ପାଇଁ ଆସିଥିବା ଅଭିଯୁକ୍ତ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତେବେ ଢ଼ାବାରେ ଡିଲ ଆରମ୍ଭ ସମୟରେ ସତ୍ବନ୍ତ୍ର ଟିମ ଓ ଝାରପୋଖରିଆ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜବତ ଚମଡାଟି ପ୍ରାୟତ ଚାରି ପାଞ୍ଚ ମାସ ପୂର୍ବର ବୋଲି ଜଣାପଡିଛି। ଘଟଣାରେ ୮ ଜଣଙ୍କୁ ଝାରପୋଖରିଆ ଥାନା ଅଟକ ରଖାଯାଇଛି। ସେମାନେ ହେଲେ ବିଶୋଇ ଥାନା ଅଧିନ ଅନ୍ଧାରଝୁରି ଗ୍ରାମର ପାରାଉ ହେମ୍ବ୍ରମଙ୍କ ପୁଅ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ(୪୧), ବାଙ୍ଗିରିପସି ଥାନା ଅଧିନ ଲାବାରିଆ ଗ୍ରାମର କୁଅଁର ହେମ୍ବ୍ରମର ପୁଅ ସନତ ହେମ୍ବ୍ରମ(୩୫), ବୁଢ଼ୀଖମାରି ଗ୍ରାମ ପ୍ରତାପ ମହାନ୍ତଙ୍କ ପୁଅ ଅଜିତ ମହାନ୍ତ(୨୨), ଗୋଲା ମୁଣ୍ଢାକଟା ଗ୍ରାମର ସ୍ବର୍ଗତ ଆନନ୍ଦ ଚନ୍ଦ୍ର ଦିଗାର ଙ୍କ ପୁଅ ସୁଧୀର ଚନ୍ଦ୍ର ଦିଗାର(୫୫) ଓ ଲଗନ ଦିଗାର ର ପୁଅ ଲେମ୍ବୁ ଦିଗାର(୨୬) ବାରିପଦା ସଦର ଥାନା ଅଧିନ ବଜ୍ରତୁଣ୍ଡି ଗାଁର ଶରତ ଚନ୍ଦ୍ର ମହନ୍ତଙ୍କ ପୁଅ ଗୋବର୍ଦ୍ଧନ ମହାନ୍ତ (୪୦) ଓ ଝାରପୋଖରିଆ ଥାନା ଅଧିନ ଦାନାଦର ଗ୍ରାମର ସ୍ବର୍ଗତ ପ୍ରଶନ୍ନ ଦେହୁରୀର ପୁଅ ଲଷ୍ମୀଧର ଦେହୁରୀ(୪୦), ଆମ୍ବଡିହା ଗାଁର ମଙ୍ଗଲ ମାଝୀର ପୁଅ ରେଣ୍ଟା ମାଝୀ(୪୫) । ଦିନକୁ ଦିନ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ରେ ବାଘ ଶିକାର ବଢ଼ିବାରେ ଲାଗିଛି କିନ୍ତୁ ବନବିଭାଗ ନିଘୋଡ଼ ନିଦରେ ଶୋଇଛନ୍ତି କିଛି ଦିନ ପୂର୍ବରୁ ବିଶୋଇ ଥାନାର ଅଧି କାରିଣୀ ଅଚାନକ ଚଢ଼ାଉ କରି ଗିରଫ କରିଥିଲେ କିନ୍ତୁ ବନବିଭାଗ ନିକ୍ରୀୟ ହେବା ପୋଲିସ ବନବିଭାଗ କାମ କରିବା ସାଧାରଣ ରେ ଚର୍ଚା ର ବିଷୟ ପାଲଟିଛି |
Sign in
Sign in
Recover your password.
A password will be e-mailed to you.
Prev Post
Next Post