କଟକର ବୀରେନ ମିତ୍ର କଲେଜରେ ଲାଇବ୍ରେରୀ ପରିଚାଳନା ସିଷ୍ଟମ ଉଦଘାଟିତ

0

`ପୁରାତନ ଛାତ୍ରଛାତ୍ରୀ ସଂଗଠନ ଓ ସବୁ କଲେଜର ନୂତନ ସୁବିଧା ପାଇଁ ମୋ କଲେଜ ଅଭିଯାନ ଏକ ଉତ୍ସର୍ଗିକୃତ ଭିତ୍ତିଭୂମି -ଆକାଶ ଦାସନାୟକ’

କଟକ/ଭୁବନେଶ୍ୱର:କଟକର ବୀରେନ ମିତ୍ର କଲେଜରେ `ମୋ କଲେଜ ଅଭିଯାନର’ ଅଧକ୍ଷ ଶ୍ରୀ ଆକାଶ ଦାସନାୟକାଙ୍କ ଦ୍ୱାରା ଲାଇବ୍ରେରୀ ପରିଚାଳନା ସିଷ୍ଟମ ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇ କହିଥିଲେ ଯେ“ଲାଇବ୍ରେରୀ ପରିଚାଳନା ସିଷ୍ଟମ ଏକ ଉନ୍ନତ ମାନର ସୁବିଧା ଯାହାକି ଇଣ୍ଟେର୍ନେଟ ମାଧ୍ୟମରେ ପାଠପଢ଼ାରେ ଛାତ୍ରଛାତ୍ରୀଙ୍କୁ ବିଶେଷ ସାହାଯ୍ୟ କରିବ. ଶିକ୍ଷା, ସମ୍ପୂର୍ଣ ବ୍ୟକ୍ତିତ୍ୱରଏକ ଅପରିହାର୍ଯ୍ୟ ଦିଗ | ତେଣୁ ଲାଇବ୍ରେରୀ ପରିଚାଳନା ସିଷ୍ଟମ ସମସ୍ତ କଲେଜ ପାଇଁ ଅତ୍ୟାବଶ୍ୟକ .”
ସମ୍ମାନିତ ଅତିଥି ଭାବରେ କଲେଜର ପ୍ରତିଷ୍ଠାତା ଓ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ ଏବଂ ଇଂଜିନିୟର ନଗେନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିଲେ. କାର୍ଯ୍ୟକ୍ରମଟି କଲେଜ ଅଧକ୍ଷ ଶ୍ରୀ ପ୍ରହଲ୍ଲାଦ ଚନ୍ଦ୍ର ବିଶ୍ୱାଳ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା. ମୋ କଲେଜ ସଂଯୋଜିକା ଶ୍ରୀମତୀ ରାଜଶ୍ରୀ ସ୍ୱାଇଁ ଡିଜିଟାଲ ଲାଇବ୍ରେରୀ ଉପରେ ବକ୍ତବ୍ୟ ରଖିଥିଲେ |ଏହି ଉତ୍ସବରେ ପ୍ରାଧ୍ୟାପିକା ଶ୍ରୀମତୀ ଜୟନ୍ତୀ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ନୀଳିମା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଉତ୍ସବରେ କଲେଜର ସମସ୍ତ କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.