କଙ୍କଡ଼ାହାଡ଼/ରିତେଶ ବ୍ରହ୍ମା – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜରିବେରଣା ଗ୍ରାମର ଦାଦନ ଶ୍ରମିକ ତ୍ରିଲୋଚନ ପ୍ରଧାନଙ୍କୁ ସହାୟତାର ହାତ ବଢ଼ାଇଲେ ଦୁଃଖୀ ସାଥୀ ସଂଗଠନ। କିଛି ଦିନ ତଳେ ତ୍ରିଲୋଚନ ଓଡ଼ିଶା ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ସେଠାରେ ସେ ପିଚୁ କାମରେ ନିୟୋଜିତ ଥିଲେ । ପିଚୁ ଗରମ କରୁ ଥିବା ସମୟରେ ପିଚୁ ଡ୍ରମଟି ଫାଟି ଯିବାରୁ ତାଙ୍କ ଗୋଡ଼ ଦୁଇଟି ଜଳି ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ଅଭାବ ଥିବାରୁ ଚିକିତ୍ସା ପାଇଁ ମେଡିକାଲ କୁ ଯାଇ ପାରୁ ନଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ। ଦୁଃଖୀର ସାଥୀ ସେବା ସଂଗଠନ ଯାଇ ତ୍ରିଲୋଚନ ଘରେ ପହଞ୍ଚି ଥିଲେ। ତ୍ରିଲୋଚନଙ୍କ ପରିବାର ପାଇଁ କିଛି ରାସନ୍ ସାମଗ୍ରୀ, ଶୁଖିଲା ଖାଦ୍ୟ ସହିତ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ। ଦୁଃଖୀର ସାଥୀ ସଂଗଠନ ସଦସ୍ୟ ମାନେ ହେଲେ ସୁଶାନ୍ତ କୁମାର ମହାନ୍ତଙ୍କ ନେତୃତ୍ୱରେ ନବୀନ ପାତ୍ର ମଦନ ଦେହୁରୀ, ସତ୍ୟବାନ୍ ମହାନ୍ତ, ଶାନ୍ତନୁ ପରିଡା। ତ୍ରିଲୋଚନଙ୍କ ପରିବାର ରେ ପହଞ୍ଚି ସହାୟତା ରାଶି ପ୍ରଦାନ କରିଥିଲେ। ସଙ୍ଗଠନର ସହାୟତା ରାଶି ଦେଖି ତ୍ରିଲୋଚନ ପ୍ରଧାନଙ୍କ ଗ୍ରାମବାସି ସେବା ସଂଗଠନକୁ ଧନ୍ୟବାଦ୍ ଜଣାଇ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post