ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ: ସ୍ବାମୀ,ଶାଶୁ,ଶଶୁର ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ

0

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ମଧୁମିତା ମହାନ୍ତି ମଙ୍ଗଳବାର ଏକ ଯୌତୁକ ପାଇଁ ବଧୁହତ୍ୟା ମାମଲାର ଶୁଣାଣୀ କରି ମୃତ ସୀତା ପଧାନଙ୍କ ସ୍ବାମୀ,ଶାଶୁ,ଶଶୁର ଓ ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ମାମଲାରୁ ପ୍ରକାଶ ପରଜଙ୍ଗ ଥାନା ଝିଲ୍ଲୀ ଗ୍ରାମର ଧନୁ ପଧାନ ତା୨୯/୦୮/୧୨ ରିଖରେ ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ସେଥିରେ ଦର୍ଶାଇଥିଲେ ତାଙ୍କର ସାନ ଝିଅ ସୀତା ପଧାନ ୨୪/୦୩/୨୦୧୨ ରିଖରେ ପରଜଙ୍ଗ ଥାନା ବସୁଲେଇ ଗ୍ରାମର ଅଭି ବେହେରାଙ୍କ ପୁଅ ଟୁନା ବେହେରାଙ୍କୁ କୋଟ ମ୍ୟାରେଜ କରିଥିଲା। ସେଠାରେ ଝିଅ ଦୁଇମାସ ଭଲରେ ଚଳିବା ପରେ ଝିଅ ବାପ ଘରକୁ ଆସି କହିଥିଲା ତାର ଶାଶୁ ରେବତୀ ବେହେରା ନଣନ୍ଦ ରୁନା ବେହେରା ଓ ପରିବାର ସଦସ୍ୟ ଯୌତୁକ ଦାବୀ କରୁଛନ୍ତି। ତେଣୁ ସେ ଆଗାମୀ ଫାଲଗୁନ ମାସରେ ସାମର୍ଥ୍ୟ ଅନୁଯାୟୀ ଦାବୀ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଏହାସତ୍ବେ ଝିଅର ଶାଶୁ ପୁଅକୁ ଅନ୍ୟତ୍ର ବିବାହ କରାଇବାର ଧମକ ଦେଇଥିଲେ।କିନ୍ଥୁ ତା ୨୯/୦୮/୨୦୧୨ ରିଖ ସକାଳୁ ଝିଅର ଶଶୁର ଅଭି ଝିଅ ଘରେ ପହଞ୍ଚି ଧନୁକୁ କହିଥିଲେ ତୁମ ଝିଅ ଗତ ରାତିରୁ କେଉଁଆଡେ ଚାଲିଯାଇଛି। ଧନୁ ଘଟଣାର ସତ୍ୟାସତ୍ୟ ଜାଣିବାପାଇଁ ଓ ଝିଅକୁ ଖୋଜିବା ପାଇଁ ସପରିବାରେ ଝିଅର ଶଶୁର ଘରେ ପହଞ୍ଚି ଦେଖିଥିଲେ ଝିଅ ସୀତାର ମୃତଦେହ ଘରେ ପଡିଥିଲା। ତେଣୁ ଏହାର ବିଧିବଦ୍ଧ ତଦନ୍ତ ପାଇଁ ସେ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତିକରି ପରଜଙ୍ଗ ଥାନାରେ ଦଫା ୪୯୮(A),୩୦୪(B)୩୦୨ ଓ ୪ ଡି ପି ଆକ୍ଟରେ ମାମଲା ରୁଜୁ କରାଯାଇଥି୍ଲା।। ସେହି ମାମଲାର କୋର୍ଟ କେସ ନଂ ସିଟିଏସଏସ ୨୩/୨୦୧୩ର ବିଚାରକରି ମୃତ ସୀତାଙ୍କ ସ୍ବାମୀ ଟୁନା ବେହେରା, ଶଶୁର ଅଭି ବେହେରା, ଶାଶୁ ରେବତୀ ବେହେରା, ନଣନ୍ଦ ରୁନା ବେହେରାଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।ସରକାରଙ୍କ ତରଫରୁ ଆଇନଜିବୀ ଦେବରାଜ ବେହେରା ଓ ସୂର୍ଯ୍ୟନାରାୟଣ ସାହୁ ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.