ଭୁବନେଶ୍ୱର, : ବିଜୁ ଜନତା ଦଳ କାହିଁକି ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତକୁ ବିରୋଧ କରୁଛି ଏହା ଆଶ୍ଚର୍ଯ୍ୟର ବିଷୟ । ରାଜ୍ୟରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଲଗାଇ ହତ୍ୟା କରିବା ପଛରେ କାହାର ହାତ ଅଛି ଏକଥା ସାମ୍ନାକୁ ଆସୁ ଏକଥା ବିଜେଡି ଚାହୁଁ ନାହିଁ କି? ଆଜି ବିଜୁ ଜନତା ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପ୍ରେସ ବାର୍ତା ନବ ଦାସଙ୍କ ହତ୍ୟାର ଷଡଯନ୍ତ୍ରକାରୀମାନଙ୍କୁ ସୁହାଇଲା ଭଳି ହୋଇଛି ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଯେଉଁମାନେ ଅତୀତରେ ମିଛ ହତ୍ୟା ମାମଲାରେ, ଷଡଯନ୍ତ୍ର କରି ଫସାଇଥିଲେ ଯାହାର ଜବାବ ସମ୍ବଲପୁରବାସୀ ୨୦୧୯ ନିର୍ବାଚନରେ ଜୟନାରାୟଣ ମିଶ୍ରଙ୍କୁ ଜିତାଇ ଦେଇଥିଲେ ତାଙ୍କ ଉପରକୁ ଆଜି ବିଜୁ ଜନତା ଦଳ ଆଙ୍ଗୁଳି ଉଠାଇବା ବିନ୍ଦନୀୟ । ବିଜୁ ଜନତା ଦଳର ଅନେକ ନେତା, ମନ୍ତ୍ରୀ ବହୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ, ଚିଟଫଣ୍ଡ ଠକେଇରେ ଜାମିନ୍ରେ ଅଛନ୍ତି ବୋଲି ଡ. ବିଶ୍ୱାଳ କହିଛନ୍ତି ।
ଯେଉଁ ପୋଲିସ ଅଫିସର ଅତୀତରେ ବିଜୁ ଜନତା ଦଳର ରାଜନୈତିକ ଛବି ବଂଚାଇବାକୁ ଯାଇ “ଜାମକୋଳି ଗପ”ର କପୋଳ କଳ୍ପିତ କାହାଣୀ ରଚି ନୟାଗଡ ପରୀ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଖସାଇ ଦେଇଥିଲେ ତାଙ୍କ ପାଇଁ ଆଜି ବିଜୁ ଜନତା ଦଳ ସଫାଇ ଦେବା ସ୍ୱଭାବିକ କଥା ବୋଲି ଡ. ବିଶ୍ୱାଳ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post