କଂଗ୍ରେସର ଭାରତ ଯୋଡ ଯାତ୍ରାର ଉଦଯାପିତ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ଭାରତ ଯୋଡ ଯାତ୍ରାର ଉଦଯାପନ କାର୍ଯ୍ୟକ୍ରମ ହୋଇଯାଇଛି।
ଏହି ଅବସରରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ତା ୦୭/୦୯/୨୦୨୨ ରିଖ ଦିନ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା। ଭାରତ ଯୋଡ ଯାତ୍ରା ଇତି ମଧ୍ୟରେ ୧୨ ଗୋଟି ରାଜ୍ୟ ଓ ୨ ଗୋଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଦେଇ ୩୯୭୦ କି.ମି.ପଥ ଅତିକ୍ରମ କରି ସାରିଲେଣି। ଏହି ଯାତ୍ରା ୩୦ତାରିଖ ଦିନ ଶ୍ରୀନଗର ଠାରେ ଉଦଯାପିତ ହେବା ଅବସରରେ
ଏହି ଯାତ୍ରାରେ କୋଟି କୋଟି ଭାରତୀୟଙ୍କ ହୃଦୟ ଜିଣିବା ଓ ଭାରତ ବର୍ଷକୁ ଯୋଡିବା ଶ୍ରୀ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାରେ ଜନସାଧାରଣ ଉଦ୍ ବୁଧ ହୋଇଛନ୍ତି।
ଏହି ଉଦଯାପନ ଉତ୍ସବ ଅବସରରେ ଜାନୁଆରୀ ମାସ ୩୦ ତାରିଖ ପୂର୍ବାହ୍ନ ୧୦.୦୦ଘଣ୍ଟା ସମୟରେ ଜାମ୍ମୁ କାଶ୍ମୀରର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ , ଶ୍ରୀ ନଗର ଠାରେ ଶ୍ରୀ ଗାନ୍ଧୀ ଜାତୀୟ ପତାକା ଉତ୍ତୋଳନ କରିବେ। ସେହିପରି ଭାବେ ସମସ୍ତ ପ୍ରଦେଶ କଂଗ୍ରେସ କମିଟିର , ଜିଲ୍ଲା କଂଗ୍ରେସ କମିଟି , ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ସୋମବାର ଦିନ ସେହି ପରି ଠିକ୍ ୧୦.୦୦ଘଣ୍ଟା ସମୟରେ କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଅଖିଳ ଭାରତର କଂଗ୍ରେସ କମିଟିର ସଭାପତି ନିର୍ଦ୍ଦେଶନା ଦେଇଛନ୍ତି।
ଆଜି ଅର୍ଥାତ୍ ତାରିଖ,୩୦/୦୧/୨୦୨୩.ଦିନ ସୋମବାର ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲା ଯାହା କି ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଦ୍ଵାରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଏବଂ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ତଥା ସମସ୍ତ ବ୍ଲକ୍ ର ବହୁ କଂଗ୍ରେସ ନେତା କର୍ମି ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ ନାରାୟଣ ପାତ୍ର , ସଂଗ୍ରାମ ସାହୁ , କୁନା ମାଝୀ , ତ୍ରିନାଥ ପାତ୍ର , ରାଜା ପାତ୍ର , ଜସ୍ମିନ ସାହିସା , ଗୁମ୍ମା ବ୍ଲକର , ଜିଲ୍ଲା ପରିଷଦ ସଭ୍ୟ ରେଣୁବାଳା ପାତ୍ର , କୃଷ୍ଣ ଚନ୍ଦ୍ର ପାତ୍ର , ଗୀତା ଭୁୟାଁ , ଲଳିତ ମ‌ହୋନ ଦଣ୍ଡସେନା , କାଶୀନଗର ସବରା ରାଜୁ , ମୋହନା ନିର୍ବାଚନ ମଣ୍ଡଳୀ ର ସୁଦର୍ଶନ ପଣ୍ଡା , ମଫେଲ ସ୍ୱଲସିଂ ପ୍ରମୁଖ ବହୁତ ନେତା ଓ କର୍ମୀ ଉପସ୍ଥିତ ରହି ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ ପଣ୍ଡା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.