ମେଲଛାମୁଣ୍ଡା ଅଂଚଳରେ ଉଡିଲା ତ୍ରିରଙ୍ଗା

0 2

ମେଲଛାମୁଣ୍ଡା(ମନୋଜ ଭୋଇ) – ମେଲଛାମୁଣ୍ଡା ଅଂଚଳରେ ୭୪ ସାଧାରଣତନ୍ତ୍ର ଦିବସ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି । ଦିନଟି ମେଲଛାମୁଣ୍ଡା ଅଂଚଳ ତ୍ରିରଙ୍ଗାମୟ ହୋଇ ଉଠିଥିଲା । ମେଲଛାମୁଣ୍ଡାସ୍ଥିତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚିନ୍ତାମଣି ସାହୁ, ମହାବିଦ୍ୟାଳୟରେ ଅଧ୍ୟକ୍ଷ ବିନୋଦ ବିହାରି ମିଶ୍ର, ସରସ୍ୱତୀ ଶିଶୁ ମନ୍ଦିରରେ ସଭାପତୀ ପଂଚାନନ ଦଳପତୀ, ପୋଲିସ ଷ୍ଟେସନରେ ଥାନାଧିକାରୀ ମାନସ କୁମାର ଭୋଇ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ଦେବାଶିଷ ରଥ, ହୋମିଓପ୍ୟାଥି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡା. ପୁଷ୍ପଲତା ସାମନ୍ତ, ରାଜସ୍ୱ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ଯୁଧିଷ୍ଠିର ବିଶ୍ୱାଲ, ଗ୍ରାମିଣ ବ୍ୟାଙ୍କରେ ବ୍ୟାଙ୍କ ପରିଚାଳକ ଆଶିଷ ସାହୁ, ସେବାସମବାୟ ସମିତିରେ ସଂପାଦକ ରାଜ ନାରାୟଣ ସାହୁ, ଟାଟା ଗ୍ରୀଡରେ ସେକସନାଲ ଅଫିସର ଇଂ ରାକେଶ ମହାପାତ୍ର, ଫରେଷ୍ଟ କାର୍ଯ୍ୟାଳୟରେ ବନପାଲ ରମେଶ ପଧାନ, ପଂଚାୟତ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷିନୀ ସାହୁ, ଦିପ୍ତିପୁରସ୍ଥିତ ଏସବିଆରେ ବ୍ୟାଙ୍କ ପରିଚାଳକ ପ୍ରଦୀପ ବୁଡା, ଘେଁସ ରେଂଜ ଅଫିସରେ ରେଂଜର ଗଜେନ୍ଦ୍ର ଏଣ୍ଡଜା ପ୍ରମୁଖ ପତାକା ଉତୋଳନ ସହ ଅଭିବାଦନ ଗ୍ରହଣ କରିଥିଲେ ।

ମେଲଛାମୁଣ୍ଡା ଖେଳ ପଡିଆରେ ମେଲଛାମୁଣ୍ଡାସ୍ଥିତ ଜୟ ହନୁମାନ କ୍ଳବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ସାମୁହିକ ପ୍ୟାରେଡରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିନ୍ତାମଣି ସାହୁ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଥିଲେ । ସାମୁହିକ ପ୍ୟାରେଡରେ ପ୍ରଥମରୁ ଦଶମ ଖ୍ନେଣୀ ଛାତ୍ର ଛାତ୍ରୀ ବ୍ୟତିତ ସରସ୍ୱତୀ ଶିଶୁ ମନ୍ଦିର ଏବଂ କଲେଜର ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.