ଓଡ଼ଗାଁ ମହୋତ୍ସବ ୨୦୨୩ ଉଦଘାଟିତ

0 2

ଦିତୀୟ ଦିନର ସାଂସ୍କୃତିକ ସନ୍ଧ୍ୟାକୁ ମନଭରି ଉପଭୋଗ କଲେ ଦର୍ଶକ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପ୍ରଗତିର ନନ୍ଦିଘୋଷ ପ୍ରଭୁ ରଘୁନାଥଙ୍କ ଆଶୀର୍ବାଦରେ ଗଡିଚାଲିଛି । ପ୍ରଭୁ ରଘୁନାଥଙ୍କ ଆଶିଷ ଓଡ଼ଗାଁ ବାସୀଙ୍କ ସହଯୋଗ ପାଇଁ ଓଡ଼ଗାଁର ଦୃତ ପ୍ରଗତୀ ସମ୍ଭବ ହୋଇପାରିଛି। ଏହିଭଳି ସହଯୋଗ ସହିତ ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥଜିଉଙ୍କ ଆଶିର୍ବାଦ ବଳରେ ପୂଣ୍ୟ ତୀର୍ଥ ସ୍ଥଳୀ ହୋଇପାରିବ ଆହୁରି ଆକର୍ଷଣୀୟ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଓଡ଼ଗାଁ ସମୃଦ୍ଧ ହୋଇପାରିବ ବୋଲି ଗୁରୁବାର ସନ୍ଧ୍ୟାରେ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ୨୦୨୩ ଉଦଘାଟିନୀ ମଞ୍ଚରୁ ଭରପୁର ଦର୍ଶକଙ୍କ ଉଦ୍ଦେଶ୍ୟରେ ମହୋତ୍ସବ କମିଟି ସଭାପତି ତଥା ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ କହିଥିଲେ।
ଉଦଘାଟନୀ ଉତ୍ସବ ପ୍ରାରମ୍ଭରେ ପ୍ରଭୁ ରଘୁନାଥ ମନ୍ଦିରଠାରୁ ଶ୍ରୀଜୀଉଙ୍କ ଆଜ୍ଞାମାଳ ସହ ମଶାଲ ନେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମଞ୍ଚସ୍ଥଳରେ ପହଞ୍ଚି ଡ଼ଃ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଡାଇରେକ୍ଟର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବୀନ୍ଦ୍ର ସାହୁ, ନୟାଗଡ଼ ଜିଲ୍ଲାପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମ୍ୟୁନିସପାଲଟି ଅଧ୍ୟକ୍ଷ ନିରୂପମା ଖଟେଇ, ଜିଲ୍ଲାପରିଷଦ ସଭ୍ୟା ଝିଲି ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ ପ୍ରମୁଖ ଯୋଗଦେଇ ଭାଇଚାରାର ବାତାବରଣ ସୃଷ୍ଟିହେବା ସହ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ସୁସ୍ଥସମାଜ ଗଠନପାଇଁ ମହୋତ୍ସବ ପାଳନ ଏକ ମାଧ୍ୟମ ବୋଲି ମତପ୍ରକାଶ କରିଥିଲେ।ବାରମାସରେ ତେରପର୍ବ ପ୍ରତିବଦଳରେ ନୟାଗଡ଼ରେ ତାହା ଟପିଯାଇଛି । ଉତ୍ସବ ପାଳନରେ ଉତ୍ସାହ ମିଳିଥାଏ।ବହୁତ ଲୋକ ଏକାଠିହୋଇ ମତ ବିନିମୟ କଲେ ଗଣତନ୍ତ୍ର ସମୃଦ୍ଧ ହୁଏ। ଅନ୍ୟପକ୍ଷେ ପ୍ରତିଭା, ସମ୍ଭାବନା ଓ ସାମର୍ଥ୍ୟକୁ ଉତ୍ସବ ଖୋରାକ ଯୋଗାଇଥାଏ ବୋଲି ଖଣ୍ଡପଡା ବିଧାୟକ କହିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ସଭା ସଂଯୋଜନା କରିଥିଲେ।

ସେହିପରି ଶୁକ୍ରବାର ମହୋତ୍ସବର ୨ୟ ସନ୍ଧ୍ୟାରେ ଓଡ଼ଗାଁ ଯୁବନେତା ସଭାପତି ବିଭୁପ୍ରସାଦ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ବେହେରା ମୁଖ୍ୟ ବକ୍ତା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ଏବଂ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ତହସିଲଦାର ଵିଜୟିତା ସାମନ୍ତ ସିଂହାର,ଏନ୍ଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଧାରାବାହିକ ଭାବେ ଜୀବନ ଜୀବିକା ମଧ୍ୟରୁ କିଛିସମୟ ବାହାରି ଆସି ମନରେ ଆନନ୍ଦ ଉଲ୍ଲାସ ଭରିଦେବା ପାଇଁ ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଆଵଶ୍ୟତା ରହିଥିବା କହିଥିଲେ। ଓଡ଼ଗାଁର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା କଳାକାରମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା। ନୟାଗଡ ରକ ଷ୍ଟାର ଡ୍ୟାନ୍ସ ଗ୍ରୁପ, ଭୁବନେଶ୍ୱରର ଆଦିତ୍ୟ ଡ୍ୟାନ୍ସ ଗ୍ରୁପ ଓ ଭଞ୍ଜନଗରର ମା ସୁରାଦେବୀ ପଶୁ ଲୋକ ନୃତ୍ୟରେ ସମସ୍ତେ ଝୁମି ଉଠିଥିଲେ। ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଇପସୀତା ପ୍ରିୟଦର୍ଶିନୀ, ପଞ୍ଚାନନ ପଣ୍ଡା, ରଞ୍ଜନ କୁମାର ଦାସ,ଏକଲବ୍ୟ ଦାସ ମଞ୍ଚ ପରିଚାଳନା କରିଥିଲେ। ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଓ ବିଜନ ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.