ଦଧିବାମନ ଯୁବକ ସଙ୍ଘ ପକ୍ଷରୁ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ

0 2

ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଦଧିବାମନ ଯୁବକ ସଂଘ ଦ୍ୱାରା ପଞ୍ଚାୟତ ସ୍ତରୀୟ ମହକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ କିଶୋର ହୋତା, ବହଲପଦର, ସରପଞ୍ଚ ନିରୁପମା ସେଠି, ଲୁତରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, କେନଝିରିଆପାଲି ସରପଞ୍ଚ ପ୍ରତିନିଧି,ପ୍ରମୁଖ ଯୋଗ ଦେଇଥିଲେ l କଳା, ସଂସ୍କୃତି ର ମହାପର୍ବଣ ମହକ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଓ ଗାଁ ର କୁନି ପ୍ରତିଭା ମାନେ ନୃତ୍ୟ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସାମ୍ବାଦିକ ପିତାମ୍ବର ସାହୁ, ଶିକ୍ଷକ ପ୍ରଦୀପ ଜଗଦଲା ପରିଚାଳନା କରିଥିଲେ l ଦଧିବାମନ ଯୁବକ ସଂଘ ର କାର୍ଯ୍ୟକର୍ତ୍ତା ସମରେଶ ପଧାନ, ଅଞ୍ଜନ ପାତ୍ର, ଲିପୁନ ପଧାନ, ବିନୋଦ ସାହୁ, ଆଶିଷ ପଧାନ, ଆକାଶ ବାଙ୍କ, ରଜୁ ଦେହେରୀ, ବବୁଲ ସାହୁ ରୋହିତ ଭୋଇ ପ୍ରମୁଖ ସହଯୋଗ କରିଥିବାବେଳେ l ପଶ୍ଚିମ ଓଡିଶା ର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଯଶୋବନ୍ତ ସାଗର ଅର୍କ୍ରେଷ୍ଟ୍ରା ପରିବେଷଣ କରିଥିଲେ l ସମସ୍ତ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା l

Leave A Reply

Your email address will not be published.