ଭଞ୍ଜନଗର ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ

0 2

ଭଞ୍ଜନଗର : ଭଞ୍ଜନଗର ଜେଲ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୭୪ ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳନ କରାଯାଇଛି। ସକାଳ ୫ ଘଣ୍ଟ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା। ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୮.୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମସ୍ତେ ଏକାଠି ହୋଇ ସଙ୍ଗଠିତ ଭାବେ କାର୍ଯ୍ୟ କଲେ ଦେଶ ଓ ଜାତିର ଉନ୍ନତି ହୋଇପାରିବ ବୋଲି ଉପଜିଲ୍ଲାପାଳ ଶ୍ରୀ ରାୟ କହିଥିଲେ। ଚଳିତ ବର୍ଷ ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ ଅଂଶ ଗ୍ରହଣ କରିଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ରାୟ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଏହି ଅବସରରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ସହ ପରିବହନ ବିଭାଗ ପକ୍ଷରୁ ପରୋପକାରୀ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଏସ.ଡ଼ି.ଏମ.ଓ ସିତାଂଶୁ ଶେଖର ଶତପଥି,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ଥାନା ଅଧିକାରୀ ଧୀରେଶ କୁମାର ଦାସ,ସାମାଜିକ କର୍ମୀ ଶୂଳପାଣି ଶତପଥୀ ଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ପରେ ଡାକ୍ତରଖାନା ରେ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ ସହ ବଡ଼କୋଦଣ୍ଡା ସ୍ଥିତ ଚିଦାନନ୍ଦ କୁଷ୍ଠରୋଗୀ ସେବାଶ୍ରମର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏହାକୁ ସଂଯୋଜନା କରିଥିଲେ।

Leave A Reply

Your email address will not be published.