ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ପାରଳାଖେମୁଣ୍ଡି ସ୍ଥିତ ନବଜୀବନ କନ୍ୟା ଶିଶୁ ଗୃହ ଠାରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୮୦ ଜଣରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବା ସହିତ ବିଭିନ୍ନ ନାଚ , ଗୀତ ଓ ଭାଷଣ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କନ୍ୟା ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିଯୋଗିତାରେ ଭାଗନେଇ ଥିବା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରାଯିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
ଏହି ଅବସରରେ “ଆକାଂକ୍ଷା” ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ସଂପାଦିକା , ଶ୍ରୀମତୀ ମିନା କୁମାରୀ ଟହଲ , ଉପଦେଷ୍ଟା ଡ. କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ , ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ସୁଶ୍ରୀ ମମତା ପାଢ଼ୀ ଓ ଶ୍ରୀମତୀ ସୁନୀତା ବେହେରା ଯୋଗ ଦେଇ ସ୍ଵଚ୍ଛତା ହିଁ ସେବା , ବେଟି ବଞ୍ଚାଅ , ବେଟି ପଢାଅ , ବାଲ୍ୟ ବିବାହ , କନ୍ୟା ଭୃଣ ହତ୍ୟା ଓ ମହିଳା ହିଂସାକୁ ବନ୍ଦ କରିବା ଦିଗରେ ସଚେତନ କରାଇଥିଲେ ଏବଂ ରାଷ୍ଟ୍ରୀୟ ବାଳିକା ଦିବସର ଏକ ଶପଥ ପାଠ ମଧ୍ୟ ହୋଇଥିଲା।
ଶିଶୁ ମାନଙ୍କର ସୁରକ୍ଷା ଓ ଅଧିକାର ଉପରେ ସଚେତନ କରାଯାଇଥିଲା। ସର୍ବ ଶେଷରେ ନବଜୀବନ ଶିଶୁ ଗୃହର ମୁଖ୍ୟ ପରିଚାଳକ ଶ୍ରୀ ରାବଣୀୟା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.