ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟାରେ ଆସନ୍ତା ୭ ତାରିଖ ରୁ ପ୍ରଥମ ବିରାଟ ଧନୁଯାତ୍ରା ମସୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି। ସ୍ଥାନୀୟ ବାବା ଅବଧୂତ ସାଂସ୍କୃତିକ ସଂଘ କାର୍ଯ୍ୟାଳୟରୁ ଆଧ୍ୟାତ୍ମିକ ପରିବେଶରେ ଏକ ଶୋଭାଯାତ୍ରା ବାହାରି ଜଗନ୍ନାଥ ମନ୍ଦିରରୁ ଆଜ୍ଞା ମାଳ ନେଇ କଲେଜ ପଡ଼ିଆରେ ପହଞ୍ଚି ଥିଲେ। ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା। ଏଥିରେ ପୂଜକ ସଦାନନ୍ଦ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିଲେ। ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା, ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, ଚମ୍ପାମାଲ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସମାଜସେବୀ ସପନ କୁମାର ପଧାନ, ବରିଷ୍ଠ ବିଜେପି ନେତା ରାମ ପ୍ରସାଦ କର୍ଣ୍ଣ , ସମାଜସେବୀ ସନ୍ତୋଷ ମେହେର, ସୁବଳୟା ସମବାୟ ସମିତି ସମ୍ପାଦକ ପବିତ୍ର ମେହେର,ଆୟୋଜକ କମିଟି ସଭାପତି ରାଜେଶ କୁମାର ସେଠୀ, ସମ୍ପାଦକ ସୁଦାମ ମେହେର ଙ୍କ ସହ କମିଟି ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post