ନବରଙ୍ଗପୁର ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା।

0 3

ନବରଙ୍ଗପୁର / ଅଶୋକ ସାହୁ: ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକା ସଂଶୋଧନ କରାଯାଇ ଏହାର ଚୁଡାନ୍ତ ଭୋଟର ତାଲିକା ଗତ ଜାନୁଆରୀ ୦୫ ତାରିଖ ରେ ପ୍ରକାଶ ପାଇଛି। ରାଜ୍ୟସ୍ତରରେ ଆଧାର ସଂଯୋଗରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହି କାର୍ଯ୍ୟର ଅନ୍ୟ ସମସ୍ତ ପର୍ଯ୍ୟାୟରେ ଉତ୍ତମ ପାରଦର୍ଶିତା ଅର୍ଜନ କରିପାରିଛି। ନବରଙ୍ଗପୁର ଭଳି ଏକ ଉପାନ୍ତ ଜିଲ୍ଲାରେ ଏହି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲାର ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ରାଜ୍ୟସ୍ତରୀୟ ତ୍ରୟୋଦଶ ଜାତିୟ ମତଦାତ ଦିବସ ପାଳନ ଅବସରରେ ଭୁବନେଶ୍ଵର ଜୟଦେବଭବନ ଠାରେ ଅନୁଷ୍ଟିତ ସମାରୋହରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଗଣେଶ ଲାଲ ଜିଲ୍ଲାପାଳ ଡକ୍ଟର ମିଶ୍ର ଙ୍କୁ ସମ୍ମାନିତ କରିଛନ୍ତି। ପ୍ରକାଶ ଯୋଗ୍ୟଜେ ରାଜ୍ୟସ୍ତରରେ ଭୋଟର ତାଲିକା ସଂଶୋଧନ ଓ ଆଧାର କାର୍ଡ ସଂଯୋଗାରେ ନବରଙ୍ଗପୁର ଜିଲ୍ଲା ୯୩.୩୪ ପ୍ରତିଶତ ସଫଳତା ସହ ରାଜ୍ୟସ୍ତରରେ ପ୍ରଥମ ସ୍ଥାନରେ ରହିଛି। ଜିଲ୍ଲାପାଳ ଡକ୍ଟର ମିଶ୍ର ଏହି ସଫଳତାର ସମସ୍ତ ଶ୍ରେୟ ଏଥି ସଂପୃକ୍ତ ଜିଲ୍ଲାର ସମସ୍ତ ଅଧିକାରୀ, କର୍ମଚାରି, ରାଜନୈତିକ ଦଳ, ଗଣ ମାଧ୍ୟମର ପ୍ରତିନିଧି ଙ୍କୁ ଦେଇଚନ୍ତି।

Leave A Reply

Your email address will not be published.