ପୋଲିସକୁ ବଡ ସଫଳତା : ଡକାୟତି ଯୋଜନା ଧରା ହେଲେ ୪ଦୁର୍ଦ୍ଦାନ୍ତ ଡକାୟତ

0 3

ପିସ୍ତଲ ସହ ଅଫୁଟା ଗୁଳି ଓ ବାଇକ୍ ଜବତ

ଯୋଡା/ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଂଚଳରେ ପୋଲିସ ର ଉଦ୍ୟମ କ୍ରମେ ଏକ ବଡ଼ ଧରଣ ର ଡକାୟତି ଯୋଜନା କୁ ପୋଲିସ ପଣ୍ଡ କରିଛି । ବଡ଼ବିଲ ଆଇ ଆଇସି ରାଜେନ୍ଦ୍ର ସ୍ୱାଇଁ ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ମଙ୍ଗଳ ବାର ବିଳମ୍ବିତ ରାତିରେ ବଡ଼ବିଲ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ରାଜୀବ ବିହାର ନିକଟସ୍ଥ ଖେଳ ପଡିଆ ଠାରେ କିଛି ଯୁବକ ବାଇକ ରଖି କୌଣସି ଠାରେ ଡକାୟତି କରୁଥିବା ପୋଲିସ ଜାଣିବାକୁ ପାଇ ଚଢ଼ାଉ କରିଥିଲା ।ଚଢ଼ାଉ ବେଳେ ଦୁଇ ଜଣ ସେଠାରୁ ଫେରାର ହୋଇଯାଇଥିବା ବେଳେ ୪ଜଣ ଙ୍କୁ ପୋଲିସ କାବୁ କରି ନେଇ ଥିଲା ।ସେମାନଙ୍କ ଠାରୁ ପୋଲିସ ୪ଟି ବାଇକ୍ ,ଗୋଟିଏ ପିସ୍ତଲ ସହ ୨ଟି ଅଫୁଟା ଗୁଳି ଜବତ କରିଛି ।ଜବତ ବାଇକ୍ ଗୁଡ଼ିକ ହେଲା ଓ ଡି ୦୯ଜି ୭୫୦୧,ଓଡ଼ି ୦୧୧ ୪୨୯୦,ଓଡ଼ି ୧୪ଏନ୍ ୮୧୪୨, ଜେଏଚ ୨୨ଏ ୧୬୩୨ ଓ ଗିରଫ ଅଭିଯୁକ୍ତମାନେ ହେଲେ ଚମ୍ପୁଆ ବସ୍ତି ର ନବୀନ ମହାକୁଡ,ବଡ଼ବିଲ କଳିଙ୍ଗ ଅଞ୍ଚଳର ଆକାଶ କାରୁଆ, ଦାମୁ ହଟିଙ୍ଗ ର ରାଜେନ୍ଦ୍ର ମହାକୁଡ,ମାଗାଜିନ୍ ହଟିଙ୍ଗ ର ମନୋଜ ମୁଣ୍ଡା । ଏ ନେଇ ବଡ଼ବିଲ ପୋଲିସ ଏକ ଡକାୟତି ମାମଲା ନଂ ୨୬/୨୦୨୩ ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ଆଇଆଇସି ରାଜେନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.