ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ):ସୁବର୍ଣ୍ଣପୁର ଜିଲ୍ଲାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଉଲୁଣ୍ଡା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ବଳିତ ୪୨ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୬ ଗୋଟି ଓ ସାମୁହିକ ଦରଖାସ୍ତ ୧୬ ଗୋଟି ରହିଛି l ଗ୍ରହଣ ୪୨ ଗୋଟି ଦରଖାସ୍ତ ମଧ୍ୟରୁ ଶିବିରରେ ବିଭିନ୍ନ ମାମଲାର ୧୮ ଗୋଟି ଅଭିଯୋଗ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୨୪ ଟି ଆପତ୍ତି ଅଭିଯୋଗ ଦରଖାସ୍ତ କୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ତନ୍ମଧ୍ୟରେ ଗୋଟିଏ ଦରଖାସ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ନିମନ୍ତେ ଗ୍ରହଣ କରାଯାଇଛି I ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଉଲୁଣ୍ଡା ହେମସାଗର ଭୋଇ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସି ଡି ଓ ତଥା ଇ ଓ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର,ଉପ ଜିଲ୍ଲାପାଳ, ବୀରମହାରାଜପୁର ଅଶୋକ କୁମାର ଭୋଇ, ଅଧୀକ୍ଷଣ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ ଇଂ ବିଭୁ ପ୍ରସାଦ ପଣ୍ଡା, ପି ଡବ୍ଲୁ ଡି ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ଅତିରିକ୍ତ ତହସିଲଦାର ସୋମନାଥ ବେହେରା , ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l ଏହି ଶିବିରରେ ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ବ୍ଲକ ଅନ୍ତର୍ଗତ ଦୟାନିଧି ରାଉତ, ଧନେଶ୍ୱରୀ ନାଏକ, ସାଇବାଣୀ ଭୋଇ, ପାର୍ବତୀ ପଞ୍ଚବିହାର ପ୍ରଭୁତି ୪ ଜଣଯୋଗ୍ୟ ହିତାଧିକାରୀ ପ୍ରତ୍ୟେକ ଙ୍କୁ ଟଙ୍କା ୫୦୦ ଶହ ଲେଖାଏଁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ବ୍ଲକ ଅନ୍ତର୍ଗତ ସସ୍ମିତା ଜାଲ ଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦,୦୦୦ ଟଙ୍କା ର ଚେକ୍ ପ୍ରଦାନ କରାଯାଇଛି l
Sign in
Sign in
Recover your password.
A password will be e-mailed to you.