ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ):ପିସି-ପିଏନଡିଟି ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ପ୍ରାଧିକରଣ, ପି ସି ଏଣ୍ଡ ପି ଏନ ଡି ଟି ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଜିଲ୍ଲାରେ କନ୍ୟା ଲିଙ୍ଗ ହାର ଅନୁପାତ ନୈରାଶ୍ୟ ଜନକ ଥିବାରୁ ଉଦବେଗ ପ୍ରକାଶ କରିବା ସହ ଏହାର ବୃଦ୍ଧି ନିମନ୍ତେ ବିଶେଷ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟା ଙ୍କୁ ଜିଲ୍ଲାର ଏହି କନ୍ୟା ଲିଙ୍ଗ ହାର କମ ର କାରଣ ସାତ ଦିନ ମଧ୍ୟରେ ଖୋଜି ବାହାର କରିବାକୁ ନିର୍ଦେଶ ଦେବା ସହିତ ଆସନ୍ତା ସାତ ଦିନ ପରେ ପୁନଶ୍ଚ ଏକ ସ୍ୱତନ୍ତ୍ର ବୈଠକରେ କାରଣ ର ବିଶେଷ ଉପସ୍ଥାପନା ପାଇଁ ପରାମର୍ଶ ଦେଇଛନ୍ତି l ବୈଠକରେ ସିଡିଏମ୍ ଏବଂ ପି ଏଚ ଓ ଡ଼ ବିଶ୍ୱରଂଜନ ପତି ସୁବର୍ଣ୍ଣପୁର, ଡକ୍ଟର ଦୈତ୍ୟ ନାରାୟଣ ପାଢ଼ୀ ଏ ଡି ପି ଏଚ ଓ (ଏଫ ଡବ୍ଲୁ ), ଏକ୍ସ ସିଡିଏମଓ ଡକ୍ଟର ଶାନ୍ତି ମଞ୍ଜରୀ ମିଶ୍ର, ଡକ୍ଟର ପ୍ରକାଶ ଦଣ୍ଡସେନା , ଡକ୍ଟର ନାରାୟଣ ମେହେର,ଡକ୍ଟର ନରେନ୍ଦ୍ର ମେହେର,ସାମ୍ବାଦିକ ସ୍ୱାଧୀନ ମେହେର, ସରକାରୀ ଓକିଲ ଅଟଳ ବିହାରୀ ମହାପାତ୍ର, ଅଶ୍ବିନୀ କୁମାର ଭୋଇ ଡି ଆଇ ପି ଆର ଓ, ରଞ୍ଜୁବାଲା ଦାଶ, ଡିଏସଡବ୍ଲୁ, , ବିଶ୍ୱ ରଞ୍ଜନ ବେହେରା, ଡିପିଏମ, ଏନ୍ଏଚ୍ଏମ୍, ଶ୍ରୀ ରାକେଶ ପ୍ରଧାନ, ଡିସି ବାଲ୍ୟ ବିବାହ ପ୍ରତିରୋଧ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l ଆସିଷ୍ଟାଣ୍ଟ ମ୍ୟାନେଜର ଏଲ ଏ ଏଣ୍ଡ ଆଇ ଏସ ଶୋଭାନା ଦାଶ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଙ୍କୁ ସ୍ୱାଗତ କରିବା ସହ ବୈଠକ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ | ଗ୍ରାମ ସ୍ତରରେ ଅଧିକ ସଚେତନତା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ଯେକୌଣସି ପିସି ଏଣ୍ଡ ପି ଏନ ଡି ଟି ସମ୍ବନ୍ଧୀୟ ପ୍ରସଙ୍ଗ ପାଇଁ ଚାଇଲ୍ଡ ଲାଇନ୍ ନମ୍ବର 108 ଟୋଲ୍ ଫ୍ରି ନମ୍ବର ଭାବରେ ବ୍ୟବହାର କରାଯାଇପାରିବ | ଜନସାଧାରଣଙ୍କ ନିମନ୍ତେ ଯୋଗ୍ୟ ସୂଚନା ପ୍ରଦାନ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ରହିଛି | ଜିଲ୍ଲାରେ ପଞ୍ଜୀକୃତ ହୋଇନଥିବା ୟୁ ଏସ ଜି କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ପ୍ରଦାନ ଦିଗରେ ସୂଚନାଦାତାଙ୍କୁ 25000 / -ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯିବ | ସୂଚନାଦାତାଙ୍କୁ ତିନୋଟି କିସ୍ତିରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ | ପ୍ରଥମ କିସ୍ତି 5,000 / – ସଫଳ ସୂଚନା ପରେ, ୨ୟ କିସ୍ତି 10,000 / – 3ୟ କିସ୍ତି ରେ ଯାଞ୍ଚ ପରିଚାଳନାରେ ସହଯୋଗ ପାଇଁ 10,000 / – ଟଙ୍କା ପ୍ରଦାନ ର ବ୍ୟବସ୍ଥା ରହିଛି l
Sign in
Sign in
Recover your password.
A password will be e-mailed to you.