ନୟାଗଡ଼ (ବିଶ୍ଵଜିତ ନାୟକ) – ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ଦିବସରେ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା । ଶେଷ ଦିନକୁ ଆଲୁମିନ ଦିବସ ଭାବେ ପାଳନ କରାଯାଉଥିଲା । ଆଲୁମନି ଆସୋସିଏସନ ସଭାପତି ତଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂ, ଛାତ୍ର ସଂସଦ ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର, ଆଲୁମିନ କମିଟି ସଂଯୋଜକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ଅନୁଷ୍ଠାନରେ ଉତ୍ସବ ପାଳିତ ହେବା ଆବଶ୍ୟକତା ରହିଛି । କିନ୍ତୁ ଆଜିର ଦିନରେ ଭାରତ ବର୍ଷରେ ବ୍ୟକ୍ତି କେନ୍ଦ୍ରୀକ ଉତ୍ସବ ବହୁଳ ମାତ୍ରରେ ପାଳିତ ହେଉଛି । ବ୍ୟକ୍ତିଗତ ଜୟନ୍ତୀ ବିରାଟ ଆକାରରେ ହେଉଛି । ସାମୂହିକ କାର୍ଯ୍ୟକ୍ରମ ଗୁଡ଼ିକ କମିବାରେ ଲାଗିଛି । ଏଥିପାଇଁ ସାମୁହିକ ଅବକ୍ଷୟ ଘଟୁଛି । ନୟାଗଡ଼ରେ କିନ୍ତୁ ଛୋଟ ହେଉ ଅବା ବଡ଼ ଆକାରରେ ପ୍ରତ୍ୟେକ ସାମୂହିକ କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ପ୍ରତ୍ୟେକ ଉତ୍ସବରେ ସମସ୍ତଙ୍କ ସହଯୋଗ ରହିଛି । ସାମୁହିକ ଉତ୍ସବରେ ସମସ୍ତଙ୍କର ସହଯୋଗ ରହିଲେ ଭାଇଚାରା ସୃଷ୍ଟି ହୋଇପାରିବ । ବର୍ତ୍ତମାନ ମହାବିଦ୍ୟାଳୟ ନବକଳେବର ବ୍ୟାପକ ଭାବେ ହୋଇଛି । ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟ କରାଯିବା ପାଇଁ ହାତକୁ ନିଆଯାଇଛି । ପୁଲକକୁ ପୁଲକିତ କରିଛି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ଯେଉଁଥିପାଇଁ ଆଜି ଦୂରଦୂରାନ୍ତରୁ ଆଜି ବହୁ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଛନ୍ତି । ମାଆ ଆଖିରେ ସମସ୍ତ ଯେପରି ସମାନ, ଠିକ୍ ସେହିଭଳି ମହାବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀ ଓ ପୂରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୈାଣସି ପ୍ରଭେଦ ନାହିଁ । ପ୍ରତ୍ୟେକ ବିନ୍ଦୁ ମିଶିଲେ ବିରାଟ ସିନ୍ଧୁ ସୃଷ୍ଟି ହେବ ବୋଲି ବିଧାୟକ କହିଛନ୍ତି । ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା, ତାଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟରେ ପାଠ ପଢ଼ି ନିଜକୁ ଗର୍ବ ଅନୁଭବ କରିଥିବା କହିଥିବା ବେଳେ ମହାବିଦ୍ୟାଳୟକୁ ଦେଖି ଆଜି ଆହୁରି ଉତ୍ସାହ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟଙ୍କ ଦାୟାଦ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟ ପକ୍ଷରୁ ସ୍ମରଣିକା ବିଶ୍ୱରାଗ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ସହିତ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଆଶୁତୋଷ ମିଶ୍ର ଓ ଗଣେଶ ମିଶ୍ର ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କଂଣ୍ଠଶୀଳ୍ପି ବିଭୂକିଶୋର ଓ ବହୁ ପୂରତାନ ଛାତ୍ରଛାତ୍ରୀଙ୍କ ସଙ୍ଗୀତ ଓ ନୃତ୍ୟ ସମସ୍ତଙ୍କ ମଧ୍ୟରେ ଆଲୋଡ଼ନ କରିଥିଲା । ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶଙ୍କ ସଙ୍ଗୀତ ପୂରତାନ ଛାତ୍ରଛାତ୍ରୀଙ୍କୁ ଭାବବିହ୍ୱଳ କରିଥିଲା । ସେହିଭଳି ଭାବେ ଅନେକ ପୂରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଉପଭୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.