ଜଗତସିଂହପୁର/ସୁମନ୍ତ କୁମାର ଦାସ: ପୁସ୍ତକ ମେଳାର ଉଦଜାପନୀ ଦିବସରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ଗୀତିକାର ଅରୁଣ ମନ୍ତ୍ରୀ ଓ ଯୁବ କବି ଡା.ଶୁଭ ଦାଶ “ପ୍ରିୟ ଲେଖକଙ୍କ ସହ ଦିନଟିଏ”କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ସୃଷ୍ଟି କେବେ ବି ଅଶ୍ଳୀଳ ନୁହେଁ, କେବଳ ଆମର ଦୃଷ୍ଟିଭଙ୍ଗୀରେ ହିଁ ଅଶ୍ଳୀଳତା ରହିପାରେ । ଏହା ସହିତ ସାହିତ୍ୟ ହିଁ ସଂସ୍କାର ଶିଖାଇଥାଏ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଅତିଥି ମାନେ ତାଙ୍କ ସାହିତ୍ୟିକ ଜୀବନର କିଛି ସ୍ମୃତି ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ବାଣ୍ଟିଥିଲେ । ଉପସ୍ଥିତି ସିହିତ୍ୟ ପ୍ରେମୀମାନେ ସେମାନଙ୍କ ପ୍ରିୟ ଲେଖକଙ୍କ ସହିତ ଭାବ ବିନିମୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିଷଦର ସମ୍ପାଦକ ଶାରଦା ପ୍ରସାଦ ଦାସ ସଭାପତିତ୍ବ କରିଥିଲେ । ପୁସ୍ତକ ମେଳାର ଆଜିର ସଂଧ୍ୟା ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ଡାକ୍ତର ଡା.ରିତେନ୍ଦ୍ରନାଥ ମିତ୍ରଙ୍କୁ ଉତ୍ସର୍ଗ କରାଯାଇଥିଲା । ସ୍ବର୍ଗତ ଡା.ମିତ୍ର ତାଙ୍କର ସେଵା ପାଇଁ ଜଗତସିଂହପୁର ଜନମାନସରେ ସବୁଦିନ ପାଇଁ ଅମର ରହିବେ ବୋଲି ଆଜିର ସଭାର ସଭାପତି ଶାରଦା ପ୍ରସାଦ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ଆଜି କଲ୍ଲୋଳ ସାଂସ୍କୃତିକ ମଞ୍ଚରେ ପୁସ୍ତକ ମେଳାର ମୁଖପତ୍ର”ସ୍ମୃତି ପତ୍ର”କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉନ୍ମୋଚନ କରିଥିଲେ । ପରିଷଦର କାର୍ଯ୍ୟକାରିଣୀ ସଦସ୍ୟା ଡ଼. ଜ୍ୟୋତିର୍ମୟୀ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ବିପ୍ଳବ ଚୌଧୁରୀ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ । ପରିଷଦ ପକ୍ଷରୁ ଅତିଥି ମାନଙ୍କୁ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶାନ୍ତି ସେନା ପବ୍ଲିକେଶନ ପକ୍ଷରୁ ପ୍ରକାଶିତ ଦୁଇଖଣ୍ଡ ପୁସ୍ତକ ପ୍ରତାପ ବିଶ୍ବାଳ ଙ୍କ ପ୍ରଥମ ପୁରୁଷ ଓ ଧରଣୀଧର ଖୁଣ୍ଟିଆ ଙ୍କ ଚ୍ୟୁତଶିଳା କବିତା ସଂକଳନ ଅତିଥି ମାନଙ୍କ ଗହଣରେ ଲୋକାର୍ପିତ ହୋଇଥିଲା l ଅପରାହ୍ନରେ ତୁଷାର ରଞ୍ଜନ ସ୍ମୃତି ପରିଷଦ ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ଓୟୁଏଟି ର ଉପ କୁଳପତି ଉପ କୁଳପତି ପ୍ରଭାତ କୁମାର ରାଉତ, ସ୍ବାମୀ ବିବେକାନନ୍ଦ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିଜୟ କୁମାର ପାତ୍ର, ବରିଷ୍ଠ ଆଇନଜୀବି ରଞ୍ଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ଚୌଧୁରୀ ପରିଚାଳନା କରିଥିବାବେଳେ ସାମ୍ବାଦିକ ତନ୍ମୟ ପଣ୍ଡା,ଅବିନାଶ ସ୍ବାଇଁ ଓ କୃଷ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ । ସେହିପରି ପୂର୍ବାହ୍ନରେ ବାଲିଘର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ପରିଚାଳନାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ବିପ୍ଳବ ଚୌଧୁରୀ,ପୁସ୍ତକମେଳା ସ୍ମୃତି ପତ୍ର ର ସମ୍ପାଦକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଉପାଧ୍ୟକ୍ଷ ବିଜୟ କୁମାର ରାଉତ, ଗଣେଶ୍ୱର ମାଣିଆ,ଯୁଗ୍ମ ସମ୍ପାଦକ ସୁଧୀର କୁମାର ମହାନ୍ତି, ନରେଶ ଦାସ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର,ସର୍ବଶ୍ରୀ ପ୍ରଦୀପ ସତପଥି, ହେମନ୍ତ କୁମାର ରଥ, ରମାକାନ୍ତ ସାହୁ,ପ୍ରଦିପ୍ତ ମିତ୍ର, ,,ଲାଲା ସଂଗ୍ରାମ କେଶରୀ ରାୟ, ଭଗବାନ ଦାଶ, ନାଟ୍ୟକାର କୈଳାସ ମଲ୍ଲିକ,ମାନସ କୁମାର କାନୁନଗୋ,ବିବୁଧ ରଞ୍ଜନ ମହାନ୍ତି, ଅବନୀକାନ୍ତ ମହାରଣା,ସୁଷମା ପ୍ରଧାନ, ପ୍ରଜ୍ଞା ପାରମିତା ଚୌଧୁରୀ,ମାନସ ରଥ, ଦୁର୍ଯ୍ୟୋଧନ ମହାରଣା, ସରୋଜ ସାହୁ, ମହେନ୍ଦ୍ର ଚାନ୍ଦ, ସତ୍ୟବ୍ରତ ବିଶ୍ବାଳ,ମନୋଜ ଦାଶ,ଶୁଭାଗିଂ ମଧୁସ୍ମିତା ବସ୍ତିଆ,,ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post