ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର୍):ଶନିବାର ପୂର୍ବାହ୍ନରେ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ର ଏକ ପ୍ରତିନିଧି ମଣ୍ଡଳି ସଭାପତି ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକବର୍ତ୍ତୀଙ୍କୁ ସାକ୍ଷାତ କରି ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ବାଣପୁର ସ୍ଥିତ ଶାଳିଆ ଡ୍ୟାମ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇଥିବା ସ୍ଥଳେ ଏହାକୁ ସଂଯୋଗ କରୁଥିବା ପ୍ରତାପ ଗ୍ରାମ ପ୍ରଯ୍ୟନ୍ତ ଉପର ରୋଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଯାହାଫଳରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳବାସି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଉକ୍ତ ରୋଡ ଉପରେ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ବେଳେ ବିଭାଗୀୟ ଅବହେଳା ପାଇଁ ଏହାର ମରାମତି କାର୍ଯ୍ୟ ହୋଇପାରୁନାହିଁ l ସେହିପରି ଭାବେ ଆଉ କିଛି ମାସ ପରେ ବର୍ଷା ଦିନ ଆସୁଥିବା ବେଳେ ବାଣପୁର ଏନଏସିରେ ଡ୍ରେନଜ ନିର୍ମାଣ ଅଦ୍ୟାବଧି ନହେବା ଜନସାଧାରଣଙ୍କୁ ମର୍ମାହତ କରିଛି l ଏହା କିପରି ଯୁଦ୍ଧକାଳୀନ ଭାବେ ନିର୍ମାଣ କରାଯିବ ସେ ନେଇ ମଧ୍ୟ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଅନୁରୂପ ଭାବେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ମଧ୍ୟ ପ୍ରେସ କ୍ଲବର ସଦସ୍ୟ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏହାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳକୁ ଅନୁରୋଧ କରିଥିଲେ l ଉଭୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ‘ଶାଳିଆ ପ୍ରେସ କ୍ଲବ ‘ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଗୁଡିକର ନିରପେକ୍ଷ ତଦନ୍ତ ଏବଂ ଅବଗତ କରାଯାଇଥିବା ସମସ୍ୟା ଗୁଡିକର ଆଶୁ ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post