ସୁବର୍ଣ୍ଣପୁର(ପ୍ରକାଶ କୁମାର ହାତୀ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ମାୟାବର୍ହା ପଞ୍ଚାୟତର ପ୍ରାଥମିକ କୃଷି ସେବା ସମବାୟ ସମିତି ପ୍ରାଙ୍ଗଣରେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଜନା ଅଧୀନରେ ଆତ୍ମା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଏକ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଦୁଇ ଶହରୁ ଅଧିକ ଚାଷୀ, ମହିଳା ଚାଷୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉକ୍ତ କୃଷକ ମେଳାକୁ ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ରାମପୁର ଜିଲ୍ଲା ପରିଷଦ ସଦସ୍ୟ ଗଣେଶ ଚନ୍ଦ୍ର ଭୋଇ , କୃଷି ଜିଲ୍ଲା ଅଧିକାରୀ ବିନୋଦ କୁମାର ଲାକ୍ରା, ମୃତ୍ତିକା ରସାୟନବିଦ ନିରୂପମା ଗଣିତ, ସହକାରୀ ମତ୍ସ୍ୟ ଅଧିକାରୀ ଜିତେନ୍ଦ୍ର ପୁଷ୍ଟି, ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଝସକେତନ ପସାୟତ, ମିଶନ ଶକ୍ତି ବିଭାଗର ଗୋଷ୍ଠୀ କାର୍ଯ୍ୟକ୍ରମ ସଂଯୋଜକ ବାବାଜୀ ସାମଲ, ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ସଂଯୋଜକ ଆଲୋକ ମିଶ୍ର, ପୂର୍ବତନ କୃଷି କର୍ମଚାରୀ ମାଧବ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଗୋଷ୍ଠୀ କୃଷି ଅଧିକାରୀ ଦିଲ୍ଲ ରଞ୍ଜନ ମହାଳିକ ସ୍ୱାଗତ ଭାଷଣ ସହ କୃଷକ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ କୃଷି ଅଧୀଦର୍ଶକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସଭା ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ। ଧାନ ଶସ୍ୟକାଟରେ ସର୍ବୋଚ୍ଚ ଅମଳ ପାଇଥିବା ସାରସମାଳ ଗ୍ରାମର ଚାଷୀ ମୁରଲୀଧର ସାହୁଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ମାଁ କରମସାନୀ କଳା ପରିଷଦ , ପଣ୍ଡକିଟାଲର କଳାକାର ମହାଦେବ ବେହେରା ଏବଂ ସାଥି କୃଷି ଭିତ୍ତିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଗ୍ରାମ୍ୟ କୃଷି କର୍ମଚାରୀ ରଞ୍ଜନ କୁମାର ସାହୁ, ଗୁରୁଦେବ ସା, ପ୍ରତାପ ଦୀପ, ସନାତନ ନାଏକ, ଶଙ୍କର୍ଷଣ ପଧାନ, ସ୍ବେତବାସନ୍ତୀ ଜଗଦଲ୍ଲା, ହରିପ୍ରିୟା ସାହୁ, ସୁଶୀଳ ଭୋଇ, ସ୍ୱାଧୀନ ପଧାନ ,ଏଟିଏମ ମହେନ୍ଦ୍ର ଭୋଇ, ଶୁଭ୍ରମୟ ପଧାନ ତଥା କୃଷକ ସାଥୀମାନେ ଏହି ମେଳା ରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post