ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦ ପକ୍ଷରୁ ପୁସ୍ତକମେଳା ପରିସରରେ କବିତା ପାଠୋତ୍ସବ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ବିପ୍ଳବ ଚୌଧୁରୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ତହସିଲଦାର ଅଞ୍ଜଳି ତରାଇ ଅତିଥି ରୂପେ ଯୋଗଦେଇ କବିତା ପାଠୋତ୍ସବକୁ ଉଦ୍ଧଘାଟନ କରିବା ସହ ଉପସ୍ଥିତ ସମସ୍ତ କବି ବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁସ୍ତକମେଳାର ସଫଳତା କାମନା କରିଥିଲେ। ପୁସ୍ତକ ହେଉଛି ପାଠକର ପ୍ରକୃଷ୍ଟ ବନ୍ଧୁ, ଯାହା ଜୀବନକୁ ସମ୍ବୃଦ୍ଧ ଓ ପୂର୍ଣ୍ଣାଙ୍ଗ କରେ, ତେଣୁ ସମସ୍ତ ପାଠକ ନିଜର ରୁଚି ମୁତାବକ ପୁସ୍ତକମେଳାରୁ ଖଣ୍ତେ ଖଣ୍ତେ ବହି କିଣିବାକୁ ନିବେଦନ କରିଥିଲେ। ସଂଯୋଜିକା ମହାସ୍ବିତା ଓଝା ଓ ପ୍ରିୟତମା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ନାଟ୍ୟକାର କୈଳାସ ମଲ୍ଲିକ, ଅଧ୍ୟାପକ ବିଜୟ କୁମାର ବିଶ୍ବାଳ, ଅଧ୍ୟାପକ ମହେନ୍ଦ୍ର ଚାନ୍ଦ ପ୍ରମୁଖ ଅତିଥି ରୂପେ ଯୋଗଦେଇ କବି ବନ୍ଧୁମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ କବି କବୟିତ୍ରୀ ଏହି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ସଫଳ କରିଥିଲେ।
କବିତା ପାଠୋତ୍ସବ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଦସ୍ୟା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବାବେ ସମ୍ପାଦକ ସାରଦା ପ୍ରସାଦ ଦାସ, ଭଗବାନ ଦାଶ, ପ୍ରଦୀପ୍ତ ମିତ୍ର, କୃଷ୍ଣଚନ୍ଦ୍ର ପ୍ରଧାନ ସହାୟତା କରିଥିଲେ।
Sign in
Sign in
Recover your password.
A password will be e-mailed to you.