ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପର୍ବ ଶୁକ୍ରବାରଠାରୁ

0 2

ନୟାଗଡ଼ (ବିଶ୍ୱଜିତ ନାୟକ)- ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପର୍ବ ଶୁକ୍ରବାରଠାରୁ ଆରମ୍ଭ ହେବ । ୩ ଦିନିଆ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ପ୍ରଥମ ଦିନ ଏହାକୁ କର୍ମଚାରୀ ଦିବସ ଭାବେ ପାଳନ କରାଯାଉଛି । ସେହିଭଳି ଭାବେ ଦ୍ୱିତୀୟ ଦିବସକୁ ଛାତ୍ର ଦିବସ ଓ ତୃତୀୟ ଦିନକୁ ପୂରାତନ ଛାତ୍ର ଦିବସ ଭାବେ ପାଳନ କରାଯାଉଛି । ଉଦଯାପନି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେବାକୁ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଏବଂ ଅନ୍ୟତମ ଅତିଥି ଭାବେ ପରିଚାଳନା ପରିଷଦ ସଭାପତି ସୁରେଶ କୁମାର ମିଶ୍ର, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଯୋଗ ଦେବେ ବୋଲି ସୂଚନା ମିଳିଛି । ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଭାଇସ ଚାନ୍ସସେଲର ଗୀତାଞ୍ଜଳୀ ଦାଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.