ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ତଥା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ମୁଖ୍ୟବକ୍ତା ରୂପେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଜୟ କୁମାର ତ୍ରିପାଠୀ ଯୋଗଦେଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।
ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼. ଭାରତୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତ ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କୃତ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ ପରେ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା।
ମୁଖ୍ୟବକ୍ତା ନିଜ ଅଭିଭାଷଣରେ ସଂବାକୁଆର ଉଦାହରଣ ପୂର୍ବକ କିଭଳି ସେ ପ୍ରଜାପତିଟି ହୋଇ ସଭିଙ୍କର ମନ ମୋହିନିଏ । ଅଧ୍ୟକ୍ଷା ନିଜର ବାର୍ଷିକ ବିବରଣୀ ପାଠ ପୂର୍ବକ ମାତ୍ର ୨୮୦ ଜଣ ଛାତ୍ରୀଙ୍କୁ ନେଇ ପ୍ରାରମ୍ଭ ହୋଇଥିବା ମହାବିଦ୍ୟାଳୟ ଆଜି ୫୪୩ ଛାତ୍ରୀଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବାର ଦାୟିତ୍ବ ବହନ କରିଛି।
ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ଛାତ୍ରୀ ମାନଙ୍କୁ ଭଲ ପାଠ ପଢିବା ସହ କ୍ରୀଡା , ଚିତ୍ରାଙ୍କନ , ନୃତ୍ୟ , ସଂଗୀତ ଆଦି ପ୍ରତିଟି କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧ୍ୟାପିକା ସି.ଏଚ୍. ନିର୍ମଳା ଏବଂ ମଧୁସ୍ମିତା ପ୍ରଧାନଙ୍କ ପରିଚାଳନାରେ ଛାତ୍ରୀ ମାନେ ଅନନ୍ୟ ନୃତ୍ୟକଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କ ମନ ଜିଣିନେଇଥିଲେ।
ଏହି ଅବସରରେ ରୀନା ମଣ୍ଡଳଙ୍କୁ ତ୍ରିନାଥ ସାହୁ ସ୍ମୁତି ସମ୍ମାନ ଓ ବର୍ଷା ରାଣୀ ପରିଚ୍ଛାଙ୍କୁ ଶ୍ରୀନିବାସ ବକ୍ସି ଆୱାର୍ଡ ପ୍ରଦାନ କରାଯାଇଥିଲା।
ଶେଷରେ ଅଧ୍ୟାପିକା ଡ଼. କଲ୍ୟାଣି ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡିତ , ରାଜେଶ ପାତ୍ର , ଲାଲି ଖଡଗରାୟ , ଏଲ୍. ଦୁର୍ଯ୍ୟୋଧନ ,
କେ. ଦୁର୍ଯ୍ୟୋଧନ , ଏଲ୍. ଅଶୋକ ପ୍ରମୁଖ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.