ବୀରମହାରାଜପୁର , (ବିନୋଦ ପାଣ୍ଡେ): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳମୁଣ୍ଡା ଖେଳ ପଡ଼ିଆରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ମାଁ ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଗତକାଲି ହୋଇଥିବା ଫାଇନାଲ ମ୍ୟାଚରେ ଦେଉଳ ମୁଣ୍ଡା ଦଳ ଟାଙ୍ଗରସହି ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ତିନି ଫର୍ମାଟ ବିଶିଷ୍ଟ ଉକ୍ତ ଫାଇନାଲ ମ୍ୟାଚ୍ ଟା ପ୍ରଥମ ଫର୍ମାଟରେ ଟାଙ୍ଗରସହି ଦଳ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ଦୁଇଟି ଫର୍ମାଟରେ ଦେଉଳମୁଣ୍ଡା ଦଳ ବିଜୟୀ ହୋଇଥିଲା । ଏହି ଅବସରରେ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କ ସଭାପତିତ୍ବରେ ହୋଇଥିବା ଉଦଯାପନୀ ଉତ୍ସବରେ ବୀରମହାରାଜପୁର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ଲୁହା ମୁଖ୍ୟ ଅତିଥି, ବାଗବର ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ବବିତା ବାଘ, ଡୁମୁରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପବନ୍ଧୁ ଭୋଇ, ଖିରାନ୍ନବ ମହାକୁର ଏବଂ ଧ୍ରୁବ ଚରଣ ବାଘ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଜେତା ଦେଉଳମୁଣ୍ଡା ଦଳକୁ ଟ୍ରଫି ସହ ୧୪ହଜାର ଟଙ୍କା ପୁରସ୍କାର ରାଶି ଏବଂ ଉପ ବିଜେତା ଟାଙ୍ଗରସହି ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମେନ୍ ଅଫ୍ ଦି ସିରିଜ୍ ଭାବରେ ରାଜକୁମାର, ମେନ୍ ଅଫ୍ ଦି ମ୍ୟାଚ୍ ମିଳନ ଚାନ୍ଦ, ଶ୍ରେଷ୍ଠ ବୋଲର ରାହୁଲ ଚାନ୍ଦ, ଶ୍ରେଷ୍ଠ ଛକା ପାଇଁ ବୁଲବୁଲ ମହାକୁର, ଶ୍ରେଷ୍ଠ ଫିଲଡର୍ ଓ ଶ୍ରେଷ୍ଠ କ୍ୟାଚ୍ ପାଇଁ ଗୌରାଙ୍ଗ ମହକୁରଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଆମ୍ପାୟର ଭାବରେ ରଞ୍ଜିତ ଚାନ୍ଦ ଓ ପଦ୍ମଲୋଚନ ପାଢୀ, ଧାରା ବିବରଣୀ ପାଇଁ ସୁଜିତ୍ ଚାନ୍ଦ, ସ୍କୋର ପରିଚାଳନା ପାଇଁ ତିଳକ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଶୁଭ୍ରାଂଶୁ ଶେଖର ପାଢ଼ୀ ଏବଂ ସୁଜିତ୍ ଚାନ୍ଦ ଯଥାକ୍ରମେ ଓଡ଼ିଆ ଓ ହିନ୍ଦୀ ଭାଷାରେ ଧାରା ବିବରଣୀ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.