ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୩ ପ୍ରସ୍ତୁତୀ ବୈଠକ

0

ଜାନୁଆରୀ ୨୬ ରୁ ଆରମ୍ଭ ୨୯ ଶେଷ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୩ ପ୍ରସ୍ତୁତୀ ବୈଠକ ବ୍ଳକ ରୋଡ ଇଣ୍ଡୋର ଷ୍ଟାଡିୟମ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନୟାଗଡ଼ ବିଧ୍ୟାୟକ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ବାର ଆସୋସିଏସନ ସଭାପତି ଆଡଭୋକେଟ ଇନ୍ଦୁଭୁଷଣ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୂର୍ଯ୍ୟନାରାୟଣ ଚୈାଧୁରୀ, ଏବଂ ସରପଂଚ ନିତ୍ୟାନନ୍ଦ ପ୍ରଧାନଙ୍କ ସହିତ ଓଡ଼ଗାଁ ଅଂଚଳର ବହୁ ବ୍ୟକ୍ତି ଓ ଜନପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ତଥା ମହୋତ୍ସବ କମିଟିର ସମ୍ପାଦକ ଲୋକନାଥ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ବେଳେ ଚଳିତ ଜାନୁଆରୀ ମାସ ୨୬, ୨୭, ୨୮ ଓ ୨୯ ତାରିଖ ୪ ଦିନ ଧରି ମହୋତ୍ସବ କରିବା ପାଇଁ ସ୍ତିରିକୃତ ହୋଇଥିବା ନେଇ ସମସ୍ତଙ୍କୁ ଅବଗତ କରିଥିଲେ । ସ୍ଥାନୀୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଳାକୈାଶଳ ପ୍ରଦଶ୍ରନକୁ ଅଗ୍ରାଧିକାର ଦେବା ସହିତ ଦର୍ଶକମାନଙ୍କୁ ଉତ୍ସାହିତ କରିବା ପାଇଁ ବାହାରୁ ଉଚ୍ଚ ମାନର ସାସ୍କୃତିକ ଦଳ ଦ୍ୱାରା କଳା ପ୍ରଦର୍ଶନ ପାଇଁ ପ୍ରତିଦିନ ସାନ୍ଧ୍ୟ ସଭାକୁ ସଂକ୍ଷିପ୍ତ କରିବା ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ । ଶ୍ମଶାନ ନିକଟସ୍ଥ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ଠାରେ ଚାରିଚକିଆ ଜାନ, ଏବଂ ମନ୍ଦିର ରୋଡ ପାଶ୍ୱର୍ରେ ୨ଚକିଆଜାନ ରହଣି ସହିତ ଶାନ୍ତ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଜାଗ୍ରତ ରହିବ ବୋଲି ଓ ଡ଼ଗଉାଁ ଆଇଆଇସି କହିଥିଲେ । ଏତଦ ବ୍ୟତିତ ଖାଦ୍ୟ ବଜାର, ଉଦ୍ୟାନ ବଜାର, ପଲ୍ଲୀଶ୍ରୀମେଳା ଷ୍ଟଲ ଗୁଡିକ ଅଲଗା ଅଲଗା ରହିବ । ଏବଂ ପାନୀୟ ଜଳ ଯୋଗାଣ ସହିତ ସ୍ୱଚ୍ଛତା ରକ୍ଷା କରିବା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ନିଷ୍ପତି ହୋଇଥିଲା ।

Leave A Reply

Your email address will not be published.