ବାଇସିଙ୍ଗା ଉଚ୍ଚ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ ପ୍ରତିମୂର୍ତ୍ତି ସ୍ଥାପନ

0

କାମାକ୍ଷାନଗର,/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।ଏଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କର ନିର୍ଦେଶକ ତଥା ଅତିରିକ୍ତ ସଚିବ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ରଂଜନ କୁମାର ଦାସ ଉପସ୍ଥିତ ରହି ଏହି ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ ।ଏଠାରେ ଏକ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସରପଞ୍ଚ ସନ୍ତୋଷ ସାହୁ,ଦୀପ୍ତିମୟୀ ବିଶ୍ୱାଳ ଜିଲାପରିସଦ , ଶିକ୍ଷକ ଶ୍ରୀରାମ ରାଉତ ,ସୁରେନ୍ଦ୍ର କୁମାର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.