ଡଟ୍ ଫେଷ୍ଟ ଫ୍ଲି ର ମାର୍କେଟରେ ଅଂଶଗ୍ରହଣ କରିବେ ୧୨୦ରୁ ଅଧିକ କଳାକାର

0 2

ଭୁବନେଶ୍ୱର:   ଏଫ୍ଆଇଏଚ୍ ମେନ୍ସ ହକି ୱାର୍ଲ୍ଡକପ୍ ସମୟରେ ଭୁବନେଶ୍ୱରରେ ପାର୍ବଣର ଏକ ପର୍ବ ସୃଷ୍ଟି କରିବା ପାଇଁ ଡଟ୍ ଫେଷ୍ଟ୍ର ୨ୟ ସଂସ୍କରଣ ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ରେ ପ୍ରଥମ ଥର ପାଇଁ ନାଇଟ୍  ବାଜାର୍ ଫ୍ଲି ମାର୍କେଟ୍ର ର ଆୟୋଜନ ମଧ୍ୟ କରିବ ଯାହା ଆଂଚଳିକ କଳାକାର, ଷ୍ଟାର୍ଟଅପ୍, ପର୍ଫର୍ମର୍, ମେକର୍ ଓ କ୍ରିଏଟରଙ୍କ ପାଇଁ ଏକ ଉଲ୍ଲେଖନୀୟ ମଂଚ ପ୍ରଦାନ କରିବ । ଏହି ଫ୍ଲି ମାର୍କେଟରେ ୧୨୦ରୁ ଅଧିକ ଘରୋଇ ଭିନ୍ନ ଉତ୍ପାଦ ବିକ୍ରି ଯୋଗେ ପ୍ରଦର୍ଶିତ ହେବ । ଡ଼ଟ୍ ଫେଷ୍ଟ ପକ୍ଷରୁ ଆହୁରି ମଧ୍ୟ ନାଇଟ୍ ଫ୍ଲି ମାର୍କେଟର ଅଂଶ ସୁରୂପ ଅନେକ ସଂଗୀତ ସଂଧ୍ୟାର ଆୟୋଜନ କରାଯିବ । ଉତ୍କଳିକା ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପରିଚାଳିତ କରାଯିବ । 

ଓଡ଼ିଶା ର ବିଭିନ୍ନ ଉଦ୍ୟୋଗୀ ରହିଛନ୍ତି ଯିଏକି  ନିଜର ଉତ୍ପାଦ ପ୍ରଦର୍ଶିତ କରିବା ପାଇଁ ଏକ ପ୍ଲାଟ୍ଫର୍ମର ଆବଶ୍ୟକ କରୁଛନ୍ତି । ଡଟ୍ ଫେଷ୍ଟ୍ ଏଭଳି ଉଦ୍ୟୋଗୀମାନଙ୍କୁ  ଗ୍ରାହକଙ୍କ ସହ ଯୋଗାଯୋଗ କରିବା ଓ ନିଜର ଉତ୍ପାଦ ବିକ୍ରି କରିବା ପାଇଁ ଏକ ପ୍ଲାଟ୍ଫର୍ମ ଦେଉଛି । ଡଟ୍ ଫେଷ୍ଟ୍ରେ  ଫ୍ଲି ମାର୍କେଟ ରେ ପରିଦର୍ଶକମାନେ  ଜୁଏଲାରୀ, ହୋମ୍ ଡେକୋର୍, ପୋଷାକ ଆଦି ଉତ୍ପାଦ କ୍ରୟ କରିପାରିବେ । ଏଠାରେ ଲୋକାଲ୍ ଉତ୍ପାଦ ଓ କାରିଗରଙ୍କୁ ଏକ ପ୍ଲାଟ୍ଫର୍ମ ପ୍ରଦାନ କରି ଓଡ଼ିଶା ର ଷ୍ଟାର୍ଟଅପ୍ ସଂସ୍କୃତିକୁ ମଜୁଭତ କରିବା । ଖାଦ୍ୟ ହେଉ କିମ୍ବା ମନୋରଞ୍ଜନ, କାହାଣୀ ଓ ସହରର ରାସ୍ତା, ଡଟ୍ ଫେଷ୍ଟ୍ ମ୍ୟୁଜିସିଆନ୍, ସିଙ୍ଗର, ଷ୍ଟାଣ୍ଡ୍ଅପ୍ ଆର୍ଟିଷ୍ଟ, ଡ୍ୟାନ୍ସରଙ୍କ ଦ୍ୱାରା ରୋମାଂଚକର ପ୍ରଦର୍ଶନଠାରୁ ଆରମ୍ଭ କରି ହଜାର ହଜାର ବର୍ଷ ପୁରୁଣା ମନ୍ଦିର ଓ ଗୁମ୍ଫା, ୧୬ରୁ ଅଧିକ ଦେଶର ଷ୍ଟ୍ରିଟ୍ ଫୁଡ୍ ଓ କଥାକାରଙ୍କ ମନମୁଗ୍ଧକାରୀ କାହାଣୀ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିବ ।

Leave A Reply

Your email address will not be published.