ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳ ଗ୍ରାମରେ ଗଣେଶ ପୂଜା କମିଟି ଦ୍ୱାରା ନବ ନିର୍ମିତ ଗଣେଶ ମନ୍ଦିରର ପ୍ରତିଷ୍ଠା ଉତ୍ସବ ସୋମବାର ସଂଧ୍ୟାରେ କଳସ ଯାତ୍ରା ସହ ଆରମ୍ଭ ହୋଇଯାଇଛି । ଅମୃତଲାଲ ହୋତା, ଅଚ୍ୟୁତ ହୋତା, ବିଜୟ ହୋତା, ଦାଶରଥି ହୋତା, ସଚିପତୀ ହୋତା ପ୍ରମୁଖ ପଣ୍ଡିତଙ୍କ ମନ୍ତ୍ରଚାରଣରେ ଗ୍ରାମର ବଡ ବନ୍ଧରୁ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରରେ ଅଂଚଳର ମହିଳାମାନେ ଗ୍ରାମ ପରିକ୍ରମାକରି ମଣ୍ଡପରେ ୨୫୧ କଳସ ସ୍ଥାପନ କରିଥିଲେ । ଶୋଭାଯାତ୍ରାରେ ଚକାଖଲିଆର ଘଂଟ ବାଦ୍ୟ, ପତ୍ରାପାଳିର କଳଙ୍ଗିନାଚ, ଜାମପାଲି, ଦୁବୁଲାବାହାଲ ଓ ଡୁଙ୍ଗୁରିପାଲି ଗ୍ରାମର ଦୁଲଦୁଲି ବାଜା ପ୍ରମୁଖ ସାଂସ୍କୃତିକ ଦଳ ସାମିଳ ହୋଇ ଶୋଭାଯାତ୍ରାର ଶୋଭା ବର୍ଦ୍ଧନ କରିଥିଲେ । ଟାଳ ଗ୍ରାମର ସପତ୍ନିକ ସରିତା ସାହୁ ଓ ଅମିର ସାହୁ, ସପତ୍ନିକ ବନିତା ସାହୁ ଓ ଶ୍ରୀପତୀ ସାହୁ, ସପତ୍ନିକ ଦ୍ରୋପଦୀ ମଲ୍ଳିକ ଓ ନରେଶ ମଲ୍ଳିକ, ସପତ୍ନିକ ଲକ୍ଷ୍ମୀ ବେରିଆ ଓ ତରଣୀ ବେରିଆ, ସପତ୍ନିକ ସୁକାନ୍ତୀ ସାହୁ ପ୍ରମୁଖ କର୍ତା ଦାୟୀତ୍ୱ ତୁଲାଉଛନ୍ତି । ଭକ୍ତ ମାନଙ୍କ ପାଇଁ କମିଟି ତରଫରୁ ଅନ୍ନ ଭୋଗର ବ୍ୟବସ୍ଥା ସହ ମନୋରଂଜନ ପାଇଁ ମିନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଥିବା କମିଟି ସଭାପତୀ ଲମ୍ବୋଦର ବେରିଆ, ଉପସଭାପତୀ ବିଭୁତି କାଲୋ ଓ ସାନ୍ତାନୁ ସାହୁ, ସଂପାଦକ ଜଗଦିଶ ମହାନନ୍ଦ ଓ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ନିକାଶ ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ସବୁକୁ ଗଣେଶ ପୂଜା କମିଟି ଓ ଗ୍ରାମବାସୀ ସହଯୋଗ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.