ବିଦ୍ୟା ଷ୍ଟଡ଼ି ପଏଂଟର ବନ୍ଧୁ ମିଳନ

0

ରାଉରକେଲା /ସାରନଗରୀ,(ବସନ୍ତ କୁମାର ଜେନା): ସାରନଗରୀସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ବିଶ୍ରାସ୍ଥିତ ଅକ୍ଷୟଶିଳା ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରରେ ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ବିଦ୍ୟା ଷ୍ଟଡ଼ି ପଏଂଟର ନିର୍ଦ୍ଦେଶକ ସରୋଜ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, କୁଇଜ,ନାଚ,ଗୀତ,ଖେଳର ଆୟୋଜନ କରାଯାଇଥିଲ।। ଏହି ଅବସରରେ ଦୁଃସମୟରେ ପଡ଼ୁଥିବା ସହପାଠୀମାନଙ୍କୁ ସାହାଯ୍ୟ କରାଯିବାକୁ ନିଷ୍ପତି ନିଆଯାଇଥିଲ।। ଆଗାମୀ ଦିନରେ ଅଂଚଳରେ ସ୍ୱଛ ଭାରତ ଅଭିଯାନ,କୋଭିଡ଼ ସଚେତନତା,ରକ୍ତଦାନ ଶିବିର ଆଦି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପିତି ନିଆଯାଇଥିଲ।। କାର୍ଯ୍ୟକ୍ରମରେ ବିଦ୍ୟା ଷ୍ଟଡ଼ି ପଏଂଟର ଚନ୍ଦ୍ର ଶେଖର ମୁନୀ,ଅଧ୍ୟାପକ ବସନ୍ତ କୁମାର ଦାସ,ସମାଇ ସୋରେନ, ସୁନୀଲ ସାମଲ,କିରଣ କୁମାର ପଣ୍ଡା,ଅମରେନ୍ଦ୍ର ରାଉତ,ରୋହିତ ସିଂ,ଅଶୋକ ସିନ୍ଦୁରାୟ,ଜିତେନ୍ଦ୍ର ଡ଼ାକୁଆ,ରଶ୍ମି ରଂଜନ ରାଉତ,ନରେନ୍ଦ୍ର ମଲ୍ଲିକ,କାଶିନାଥ ବେହୁରା,ସୁମନ୍ତ କୁମାର ବାରିକ,ସ୍ନେହାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ଏହି ଅବସରରରେ ଯୋଗ ଦେଇ ସଙ୍ଗୀତ ଓ ନାଚ ପରିବେଷଣ ପୂର୍ବକ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave A Reply

Your email address will not be published.