ଅର୍ପଣ ସେବା ସଂଘର ପ୍ରଥମ ବାର୍ଷିକୋତ୍ସବ: ଅନ୍ଧ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ କାର୍ଯ୍ୟକ୍ରମ

0

ରାଉରକେଲା,(ବସନ୍ତ କୁମାର ଜେନା) :- ସହରରେ ସଦ୍ୟ ଉଠୁଥିବା ସାମାଜିକ ଅନୁଷ୍ଠାନ ଅର୍ପଣର ପ୍ରଥମ ବାର୍ଷିକୋତ୍ସବ ଭଂଜଭବନ ପରିସର ସାହିତ୍ୟ ଘରେ ଆୟୋଜିତ ହୋଇଯାଇଛି l
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଇସ୍ପାତ ଜେନେରାଲ ହସପିଟାଲ ର ନିର୍ଦେଶକ ତଥା ନିର୍ବାହୀ ନିର୍ଦେଶକ ଡାକ୍ତର ବି. କେ. ହୋତା ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ସମର୍ଥନ ମୁଦାଲି, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ଇସ୍ପାତ ଜେନେରାଲ ହସ୍ପିଟାଲ ସହର ଓ ସ୍ୱାସ୍ଥ୍ୟ ବିଭାଗର ସହାୟକ ପ୍ରବନ୍ଧକ ଶରତ ଚନ୍ଦ୍ର ପରିଛା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l
ଅନୁଷ୍ଠାନର ସଭାପତି ଚନ୍ଦନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକସୋମ୍ୟରଞ୍ଜନ ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଅନୁଷ୍ଠାନର ରୂପରେଖ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ l ସମ୍ମାନୀତ ଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ ନିଷ୍ଠା ଓ ତ୍ୟାଗ ବିନା ଅନୁଷ୍ଠାନ ତିଷ୍ଠିବା କଷ୍ଟକର ବୋଲି ଉଲ୍ଲେଖ କରି ସମର୍ପିତ ମନୋଭାବ ଦେଇ କାର୍ଯ୍ୟକଲେ ଅନୁଷ୍ଠାନର ଚିନ୍ତାଧାରା ବ୍ୟକ୍ତ କରାଯାଇ ପାରିବ ବୋଲି କହିଥିଲେ l ସମ୍ମାନୀତ ଅତିଥି ଡକ୍ଟର ମୁଦାଲି ନିଜ ବକ୍ତବ୍ୟରେ ଏକାଗ୍ରତା ଓ ସହନଶୀଳତା ଅନୁଷ୍ଠାନକୁ ବଳବତର କରିଥାଏ l ତେଣୁ ନିଷ୍ଟାର ସହ ସାମାଜିକ କାର୍ଯ୍ୟକଲେ ଆଗାମୀ ଦିନରେ ଅନୁଷ୍ଠାନ ସବୁ କ୍ଷେତ୍ରରେ ନିଜର ଛାପ ଛାଡି ପାରିବ ବୋଲି କହିଥିଲେ l ଏଇ ଅବସରରେ ଅନ୍ୟତମ ସମ୍ମାନୀତ ଅତିଥି ପରିଚ୍ଛା ନିଜ ବକ୍ତବ୍ୟରେ କହିଲେ ଯେ ଯୁବପିଢ଼ି ଆମର ଭବିଷ୍ୟତ l ଏବେ ଠାରୁ ଦେଶକୁ କରିବା ପାଇଁ ସାମାଜିକ ପ୍ରତିବନ୍ଧତା ଆବଶ୍ୟକ l ତେଣୁ ଅର୍ପଣ ମାଧ୍ୟମରେ ତାହା ପ୍ରତିପାଦିତ କରନ୍ତୁ l ମୁଖ୍ୟ ଅତିଥି ଭାବେ ଡାକ୍ତର ହୋତା କହିଲେ ଯେ ସାମାଜିକ ବ୍ୟବସ୍ଥାରେ ବିଶ୍ୱାସ ଭାଜନ ହେଵା ପାଇଁ ସାମାଜିକ କାର୍ଯ୍ୟ ମୁଖ୍ୟ ଅସ୍ତ୍ର l ମନର ଭାବନାକୁ ଜାଗ୍ରତ କରିବା ଏହା ସୁଯୋଗ ଆଣିଥାଏ l ତେଣୁ ଏକ ମନୋଭାବ ନେଇ ସହରର ଉନ୍ନତିରେ ନିଜର ଚିନ୍ତା ଧାରାକୁ ଉପଯୋଗ କଲେ ଅନେକ ସୁଫଳ ମିଳିବ ବୋଲି କହିଥିଲେ l ଏହି ଅବସରରେ ନିଷ୍ଠାର ସହ ସାମ୍ବାଦିକତା କାର୍ଯ୍ୟ କରୁଥିବା ବସନ୍ତ କୁମାର ଜେନା ଓ ଟିନା ଦାଶଙ୍କୁ ଅତିଥିମାନେ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମରେ ଶ୍ରଦ୍ଧା ଫାଉଣ୍ଡେସନ ଜଗଦାର ସର୍ଭିସ ଟୁ ର ହ୍ୟୁମାନୀଟି ଓ ଲାଠିକଟାର ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l

ଅନୁଷ୍ଠାନର ଉପସଭାପତି ଲଳିତ ସିଂ , ଯୁଗ୍ମ- ସମ୍ପାଦକ ରାଜୀବ ପୋଦାର, କୋଷାଧକ୍ଷ ରଂଜିତ ସାହୁ ଓ ଯୁଗ୍ମ – କୋଷାଧକ୍ଷ ବିପିନ ନାୟକ ତଥା କର୍ମକର୍ତ୍ତା ଭିକୁ ମାରାଣ୍ଡି, ଲକ୍ଷ୍ମଣ କୁମାର ସିନ୍ହା, ଅଜିତ କୁମାର ବେହେରା, ଟୀକନ କୁମାର ନାୟକ, ବିଦ୍ୟାଧର ବେହେରା, ଦେବୀ ପ୍ରସାଦ ନାୟକ, ରାଜେଶ୍ୱର ନାୟକ, ରମାକାନ୍ତ ମଲ୍ଲିକ, ସ୍ନେହଶୁ ନାୟକ, ମହେଶ୍ୱର ସାହୁ ଓ ଅମରଜିତ ସାହୁ ପ୍ରମୁଖ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ଲ

Leave A Reply

Your email address will not be published.