ଅଂଚଳର ବିକାଶ ଓ ଲୋକଙ୍କ ସାଥିରେ ସବୁବେଳେ ରହିଥିବି :- ବର୍ଷା

0

ବରଗଡ଼ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ଆଜି ପାଇକମାଲ ବ୍ଲକ ଝିଟିକି ଗ୍ରାମ ପଞ୍ଚାୟତ କୁ ଆସିଥିଲେ । ପାଇକମାଲ ପଂଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କର ସହିତ ବିଧାୟିକା ବର୍ଷା ଝିଟିକି ପଞ୍ଚାୟତ ର ମୁନିକେଲ ଗ୍ରାମକୁ ପହଞ୍ଚିବା ପରେ ମୁନିକେଲ ଗ୍ରାମର ମହିଳା ମାନେ ବିଧାୟିକା ଙ୍କୁ ବନ୍ଦାପନା କରି ପାରମ୍ପରିକ ରୀତିନୀତିରେ ଭବ୍ୟ ସ୍ୱାଗତ ଜଣାଇଥିଲେ । ଏହାପରେ ଗ୍ରାମର ମହିଳା ମାନଙ୍କ ଓ ସଂକୀର୍ତ୍ତନ ମଣ୍ଡଳୀ ଦଳ ବର୍ଷା ଙ୍କୁ ଗ୍ରାମ ପରିକ୍ରମା କରାଇଥିଲେ । ଶେଷରେ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ବର୍ଷା ଗ୍ରାମବାସୀ ମାନଙ୍କୁ ସମ୍ମୋଧନ କରିଥିଲେ । ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଗ୍ରାମବାସୀ ମାନଙ୍କ ନିକଟରୁ ଜାଣି ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ବର୍ଷା କହିବା ସହିତ ବିପୁଳ ସଂଖ୍ୟାରେ ଭୋଟ ଦେଇ ତାଙ୍କୁ ରେକର୍ଡ ମାର୍ଜିନ ରେ ବିଜୟ କରାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଇବା ସହିତ ମୁଖ୍ୟତଃ ସମସ୍ତ ମାଁ ଓ ଦଳୀୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହିତ ବିରୋଧୀ ମାନଙ୍କ ଅନେକ ଅପପ୍ରଚାର ସତ୍ୱେ ପଦ୍ମପୁର ବାସୀ ତାଙ୍କ ଉପରେ ଯେଉଁ ଅସ୍ଥା ପ୍ରକଟ କରିଛନ୍ତି ତାକୁ ସେ ଆଶୀର୍ବାଦ ଭାବରେ ଗ୍ରହଣ କରି ଲୋକଙ୍କ ସେବା ଓ ପଦ୍ମପୁର ଅଂଚଳର ବିକାଶ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।
ମୁନିକେଲ ପରେ ବର୍ଷା ଝିଟିକି ଓ ପଥରେଳ ଗ୍ରାମକୁ ମଧ୍ୟ ଯାଇଥିଲେ । ଉଭୟ ଗ୍ରାମରେ ମଧ୍ୟ ଲୋକ ବର୍ଷା ଙ୍କୁ ଭବ୍ୟ ସ୍ୱାଗତ ଜଣାଇ ଥିଲେ । ବର୍ଷା କିଛି ସମୟ ପାଇଁ ଝିଟିକି ସ୍କୁଲ କୁ ମଧ୍ୟ ଯାଇଥିଲେ । ବିଧାୟିକା ଙ୍କୁ ନିଜ ଗହଣ ରେ ପାଇ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ କାହିଁରେ କେତେ । ବର୍ଷା ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଦର କରି ସ୍କୁଲର ଭଲମନ୍ଦ ବାବଦରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଧାୟିକା ଙ୍କର ସହିତ ପାଇକମାଲ ବିଜୁ ଯୁବ ଜନତା ଦକର ସଭାପତି ଶ୍ରୀ ଗୌତମ ସିଂ , ପାଇକମାଲ ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା ପ୍ରମୁଖ ବିଧାୟିକା ଙ୍କର ସହିତ ଉପସ୍ଥିତ ଥିଲେ ।।

Leave A Reply

Your email address will not be published.