ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ, ଚଳିତ ମାସରେ ଦ୍ଵିତୀୟ ଥର ପାଇଁ ଆମ ରାଜ୍ୟରେ ହକି ୱାଲ୍ଡକପ୍ ହେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି, ଅଗ୍ରଣୀ ସାମାଜିକ ସଙ୍ଗଠନ “ଜୟ ଓଡ଼ିଶା” ଏକ ପଦକ୍ଷେପ ନେଇଛି। ଏଥିରେ ରୁଚି ଫୁଡଲାଇନ, ରେଜ ଫାଉଣ୍ଡେସନ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ମଧ୍ୟ ସହାୟତା କରିଛନ୍ତି। ସମସ୍ତଙ୍କ ମିଳିତ ଉଦ୍ୟମରେ, ଭୁବନେଶ୍ୱରର ଉଠା ଦୋକାନ( ଫୁଡ୍ ଭେଣ୍ଡର) ଗୁଡିକରେ ଆପ୍ରନ ବଣ୍ଟନର ଆୟୋଜନ କରାଯାଇଛି। କାର୍ଯ୍ୟର ଶୁଭାରମ୍ଭରେ ଆଜି ପ୍ରାତଃ ସମୟରେ, କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ୫୦ଟି ଦୋକାନରେ ଆପ୍ରନ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ ଉପସ୍ଥିତ ରହି ଉଠା ଦୋକାନୀ ବ୍ୟବସାୟୀଙ୍କୁ କିଛି ଉପଦେଶ ଦେବା ସହ ଏହି ପଦକ୍ଷେପକୁ ଭୂରି ପ୍ରଶଂସା କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ୱାର୍ଡ ନମ୍ବର ୩୭ର କର୍ପୋରେଟର ଶ୍ରୀମତି ବନ୍ଦିତା ପଲ୍,ବିଶିଷ୍ଟ ସମାଜସେବୀ ଶ୍ରୀ ଅର୍ଜୁନ ବେହେରା, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ପ୍ରମୋଦ ମହାପାତ୍ର, ମନୋଜ ସାହୁ, ସୁଧାଂଶୁ ପଟ୍ଟନାୟକ, ରେଜ ଫାଉଣ୍ଡେସନର ଅବିନାଶ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସମେତ ଜୟ ଓଡ଼ିଶାର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
ଅତିଥି ଦେବୋ ଭବ, ଏହା ହିଁ ଓଡ଼ିଶାର ପରମ୍ପରା, ଏଣୁ ଉଠା ବ୍ୟବସାୟୀ ମାନଙ୍କୁ ଅତିଥି ଚର୍ଚ୍ଚା ସମ୍ବନ୍ଧରେ ବୁଝାଇବା ସହିତ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପରିଷ୍କାର ପରିଚ୍ଛନ୍ନ ରକ୍ଷା କରିବା ନିମନ୍ତେ ଆଜି ୫୦ଟି ଦୋକାନୀଙ୍କୁ ଆପ୍ରନ୍ ଦିଆଯାଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱରର ଅନ୍ୟାନ୍ୟ ସ୍ଥାନରେ ୨୫୦ଟି ଆପ୍ରନ ବଣ୍ଟନ କରାଯିବାର ଯୋଜନା ରହିଛି ବୋଲି, ଜୟ ଓଡ଼ିଶା ର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.