ଓଡିଶା ରାଜସ୍ଵ ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖାର ବନ୍ଧୁମିଳନ

0

ନବରଙ୍ଗପୁର/ଅଶୋକ ସାହୁ : ଆଜି ନବରଙ୍ଗପୁର ସହରର ମଧ୍ୟଭାଗରେ ଥିବା ପର୍ଯ୍ୟଟନ ସ୍ଥଳୀ ହୀର୍ଲି ଡଙ୍ଗର ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ୍ଧୁ ମିଳନ ପ୍ରାରମ୍ଭରେ ଦିବଙ୍ଗତ ସହକର୍ମୀ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ତାପରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଥିବା ରାଜସ୍ଵ ଅମଲା ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜସ୍ଵ ଅମଲା ମାନେ କାର୍ଯ୍ୟ ବ୍ୟସ୍ତ ଦୁନିଆରୁ ଉର୍ଦ୍ଧ୍ବରେ ରହି ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାରର ଆମୋଦ ପ୍ରମୋଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଉପଭୋଗ କରିଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ସହିତ ତାଙ୍କ ସହଧର୍ମିଣୀ ବବିତା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ମୌସୁମୀ ନାୟକ, ସୁବ୍ରତ ବେହେରା, ଓଡ଼ିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, କାର୍ଯ୍ୟକାରି କମିଟି ର ରାଜ୍ୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ବିଶ୍ବଭୂଷଣ ମହାନ୍ତି,ଜିଲ୍ଲା ସଭାପତି ଆଶୁତୋଷ ମହାନ୍ତି, ଉପ ସଭାପତି ଧନୁର୍ଜୟ ମାଝି, ଆକାଶ ଗଣ୍ଡ, ସମ୍ପାଦକ ତ୍ରିଲୋଚନ ନାୟକ , ଲୋକନାଥ ସାହୁ , କୈଳାସ ଦାସ , ଧନପତି ନାୟକ, ଜିତୁ ଚୌଧୁରୀ ମାଲକାନଗିରି ଜିଲ୍ଲାର ପ୍ରଦୀପ ମିଶ୍ର ଙ୍କ ସହିତ ଜିଲ୍ଳାର ପ୍ରତ୍ୟେକ କାର୍ଯ୍ୟାଳୟ ର ରାଜସ୍ଵ ଅମଲା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.