ସଡ଼କ ସୁରକ୍ଷା ସପ୍ତାହ ଦିବସରେ ଛାତ୍ର ଛାତ୍ରୀଙ୍କ ସଚେତନତା

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) – ପାଟଣାଗଡ଼ର ଭଇଷାସ୍ଥିତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜୁନିଅର ରେଡକ୍ରସ ଛାତ୍ର ଛାତ୍ରୀମାନେ ସଡ଼କ ସୁରକ୍ଷା ସପ୍ତାହ ଦିବସର ଶେଷ ଦିନରେ ପାଟଣାଗଡ଼ ରାସ୍ତାଦେଇ ଯାଉଥିବା ବାଟୋଇଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ କୁମାର ପ୍ରଧାନ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରାସ୍ତାରେ ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଓ ଚକେଲେଟ ଦେଇଥିବାବେଳେ ହେଲମେଟ ପିନ୍ଧିନଥିବା ଲୋକଙ୍କୁ ପିନ୍ଧିବା ପାଇଁ କହିବା ସହ ଲିପ୍ଲେଟ ଦେଇ ସଚେତନ କରୁଥିଲେ । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ବିକାଶ କଲେଜର ଅଧ୍ୟକ୍ଷ ପ୍ରଫୁଲ୍ଲ ହୋତା, ଜୁନିଅର ରେଡକ୍ରସର କାଉନସିଲର ଜିତେନ୍ଦ୍ର ଦାସଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, କଲେଜ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.