ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୨ ଶାଲ ଶୋଭାଯାତ୍ରା ଶୁଭାରମ୍ଭ ହୋଇଯାଇଛି।
ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର , ଜିରାଙ୍ଗ, ମଣ୍ଡଳ ସାହି , ରାମଗିରି , ଛେଲିଗଡ , ଆର୍.ଉଦୟଗିରି , ଖଜୁରୀପଦା , ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ନିକଟରେ ଅପରାହ୍ନ ୩ ଘଣ୍ଟା ସମୟରେ ଗଜପତି ଉତ୍ସବ ମଶାଲ ପହଞ୍ଚିଥିଲା।
ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଶ୍ରୀ ପ୍ରଦୀପ କୁମାର ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଓ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ।
ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର ନିମନ୍ତେ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଳନ କରାଯିବ ତା ୧୮.୦୧.୨୦୨୩ ରିଖ ଠାରୁ ତା ୨୨.୦୧.୨୦୨୩ ପର୍ଯ୍ୟନ୍ତ। ଜିଲ୍ଲାର ଅଧିବାସୀଙ୍କ ପାରମ୍ପରିକ ଓ ଖେଳକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଜପତି ଉତ୍ସବ ମଶାଲକୁ ଫରେଷ୍ଟ ଗେଟରେ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯିବ ଏବଂ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି। ଜଗନ୍ନାଥ ମନ୍ଦିରରେ ମଶଲ୍ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ।
ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ା , ବାସୁଦେବ ଦାସ , ଗଣେଶ କୁମାର ରାଜୁ , ବସନ୍ତ ପଣ୍ଡା , ହରିହର ପଟ୍ଟନାୟକ ଗଜପତି ଉତ୍ସବ ମଶାଲ ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ମଶାଲଟିକୁ ଆଣିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କ ଉପସ୍ଥିତିରେ ଗଜପତି ଉତ୍ସବ ମଶାଲକୁ ଭବ୍ୟ ସ୍ବାଗତ କରି ନିଜ ନିଜ ବ୍ଲକ ସ୍ତରୀୟରେ ଗ୍ରହଣ କରି ନେଇଥିଲେ। ଏହି ମଶାଲ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ତହସିଲଦାର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ବରିଷ୍ଟ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଗଣ ମଶାଲ ଶୋଭାଯାତ୍ରା ଯୋଗଦେଇଥିଲ।
Sign in
Sign in
Recover your password.
A password will be e-mailed to you.