ଗଣ୍ଠିବାତ ରୋଗୀ ଯୁଧିଷ୍ଠିର ରୋଗୀ ଯୁଧିଷ୍ଠିରଙ୍କ ଚିକିତ୍ସା ଆରମ୍ଭ, ପ୍ରଶାସନକୁ କୃତଜ୍ଞତା ଜଣାଇଲେ ପରିବାର.

0

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ନୂତନ ଜୀବନ ଅଭିମୁଖେ ଗଣ୍ଠିବାତ ରୋଗୀ ଯୁଧିଷ୍ଠିର I ଦିର୍ଘ ଦିନ ଶଯ୍ୟାଶାୟୀ ହୋଇ ମରଣ ସହ ସଂଗ୍ରାମ କରିବା ପରେ ଆଜି ପ୍ରଶାସନ ଯୁଧିଷ୍ଠିରଙ୍କୁ ନୂତନ ଜୀବନ ଦେବାକୁ ପ୍ରାୟାସ ଆରମ୍ଭ କରିଛି I ଯାହାକୁ ନେଇ ଯୁବକଙ୍କ ପରିବାର ବର୍ଗ ଓ ଗ୍ରାମର ବାସୀନ୍ଧା ଦେଶ ଖୁସି ବ୍ୟକ୍ତ କରିଛନ୍ତି I  ଘୁ.ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ତଳ ବାଲୁମାହା ଗାଁର ୱାର୍ଡ଼ ନମ୍ବର -୮ ବାସିନ୍ଦା ଯୁଧିଷ୍ଠିର ନାୟକ (୩୪) I ଶିକ୍ଷାଗତ ଯୋଗ୍ୟତା କହିଲେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି I ମାଆ ଚମ୍ପାବତୀ ନାୟକ, ବାପା ସ୍ବର୍ଗତଃ ନିତ୍ୟାନନ୍ଦ ନାୟକ ୨୦୦୭ରେ ମୃତ୍ୟୁ ବରଣ କରିବା ପରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି I ଦୀର୍ଘ ବର୍ଷ ଧରି ଗଣ୍ଠି ବାତରେ ପୀଡିତ ଥିବା କାରଣରୁ ସେ  ଶଯ୍ୟାଶାୟୀ ଅବସ୍ଥାରେ ଥିଲେ I ତାଙ୍କ ଶରୀର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରୁ ତାଙ୍କ ପାଠ ପଢ଼ା ମଧ୍ୟ ଅଧାରୁ ଡୋରି ବନ୍ଧାହେଲା I ଏନେଇ ପୂର୍ବତନ ବହୁ ଜନପ୍ରତିନିଧି ତଥା ସରପଞ୍ଚଙ୍କୁ ମଧ୍ୟ ବହୁବାର ଅବଗତ କରାଇଥିଲେ ସୁଦ୍ଧା ପ୍ରତିଶୃତି ପ୍ରତିଶୃତିରେ ରହିଗଲା ଏବଂ କୌଣସି ସୁଫଳ ମିଳିଲାନାହିଁ I ଏଭଳି ପରିସ୍ଥିତିରେ ଭେଣ୍ଡା ପୁଅର ସେବା ଯତ୍ନ କରି ଆସୁଛନ୍ତି ତାଙ୍କର ବିଧବା ମାଆ ଚମ୍ପାବତୀ ନାୟକ I ଅଭାବ ଅନାଟନ ଭିତରେ ମାଆ ମୁଲ କରି ଓ ଛେଳି ଚରେଇ  ଯାହା ରୋଜଗାର କରୁଛନ୍ତି ଦୁହେଁ ମାଆ ପୁଅ ବାଣ୍ଟିକୁଣ୍ଟି ଦୁଇ ଓଳି ଖାଇ ବଞ୍ଚିଛନ୍ତି I ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ଚିକିତ୍ସା ରେ ବାଧା ସୃଷ୍ଟି ହୋଇଛି I ତାଙ୍କର ଜଣେ ଭଉଣୀ ଯେ କି ବାଲିଗୁଡ଼ାରେ ବିବାହ କରିଛନ୍ତି ଏବଂ ଜଣେ ସାନ ଭାଇ କେରଳରେ ଦାଦନ ଖଟୁଛନ୍ତି I ସରକାରଙ୍କ ଦ୍ୱାରା ଅକର୍ମଣ୍ୟ ଭତ୍ତା ମାସିକ ୭୦୦ ଟଙ୍କା ପାଉଛନ୍ତି ଯୁଧିଷ୍ଠିର I ଗଣ୍ଠି ବାତ ଯୋଗୁଁ ଶରୀର ଦୁର୍ବଳ ହୋଇଯାଇଛି ଫଳରେ ଚଲା ବୁଲା କରିପାରୁନାହାନ୍ତି ଯୁଧିଷ୍ଠିର I ବିଭିନ୍ନ ଗଣମାଧ୍ୟମରେ ନଭେମ୍ବର ମାସରେ ଖବର ପ୍ରଶାରୀତ ହେବା ପରେ ଯୁଧିଷ୍ଠିରଙ୍କ ବିଷୟରେ ପ୍ରଶାସନ ଜାଣି ପାରି ଥିଲା I ଖବର ପାଇବା ପରେ ପ୍ରଶାସନ ଯୁଧିଷ୍ଠିରଙ୍କ ଚିକିତ୍ସା ପ୍ରତି ତତ୍ପର ହୋଇ ଉଠି ଥିବାର ଦେଖା ଦେଇଛି I ଖବର ପାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁ ଯୁଧିଷ୍ଠିରଙ୍କ ଘରକୁ ଯାଇ ତାଙ୍କ ସମସ୍ୟା ବିଷୟରେ ପ୍ରାଞ୍ଜଳ ଭାବେ ବୁଝି ଆଜି ତାଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର, ଫୁଲବାଣୀକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି I ପ୍ରଶାସନର ତତ୍ପରତା ଏବେ ଯୁଧିଷ୍ଠିରଙ୍କୁ ନୂତନ ଜୀବନ ଦେଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହ ପ୍ରଶାସନର ପଦକ୍ଷେପ କୁ ପରିବାର ଓ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି I

Leave A Reply

Your email address will not be published.