ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

0

ବରଗଡ :- ଜାରି ରହିଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ପ୍ରବଳ ପ୍ରତାପି , ତ୍ରିପୁର ବିଜୟୀ ମହାରାଜ କଂସ ଙ୍କ ଆଦେଶ କ୍ରମେ ମଥୁରାନଗରୀ (ବରଗଡ଼) ର ମିନା ବଜାର ପଡିଆ ରେ ଲଗାତାର ଛଅ ଦିନ ଧରି , ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ , ନିଷ୍ଠା ପରିବାର ତରଫରୁ ଅୟୋଜିତ ହେଉଛି ରକ୍ତ ଦାନ ଶିବିର। ପ୍ରଥମ ଦିନରେ ଏହି ଶିବିରରୁ 125 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରର ଦ୍ବିତୀୟ ଦିନ ଅତିଥି ଭାବରେ ମାନ୍ୟବର ପୁର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଯୋଗଦାନ କରି ରକ୍ତଦାତା ଓ ଅୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ନିଷ୍ଠା ପରିବାର ର ସମାଜ ପ୍ରତି ରହିଥିବା ଅବଦାନ ର ଯେତେ ପ୍ରଶଂସା କଲେ କମ ହେବ । ଯେତେବେ ବି କାହାକୁ କୋଣସି ପ୍ରକାର ସହାୟତା ର ଆବଶ୍ୟକତା ପଡିଲେ ନିଷ୍ଠା ପରିବାର ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇ ଥାନ୍ତି । ମୁଖ୍ୟତଃ କୋରୋନା ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ବିତରଣ ହେଉ କି ରୋଗୀଙ୍କୁ ଚିକିତ୍ସା ସହାୟତା ହେଉ ବା ମହାମାରୀ ରେ ମୃତ ଲୋକଙ୍କ ଶବ ସତ୍କାର ହେଉ ସବୁଥିରେ ଆଗରେ ରହି ନିଷ୍ଠା ପରିବାର ଲୋକଙ୍କୁ ନିଃସ୍ୱାର୍ଥପର ସେବା ଯୋଗାଇ ଆସିଛି । ମୁଖ୍ୟତଃ ନିଷ୍ଠା ପରିବାର ରକ୍ତଦାନ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ନିର୍ବାହନ କରୁଛି । ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତଭଣ୍ଡାର କୁ ସହଯୋଗ କରିବା ସହିତ ରକ୍ତଦାନ ପାଇଁ ଯୁବପିଢ଼ି କୁ ଉତ୍ସାହିତ କରୁଛି । ନିଷ୍ଠାର ସମସ୍ତ ସଦସ୍ୟ ନିୟମିତ ଭାବରେ ଓ ଆବଶ୍ୟକତା ମୁତାବକ ରକ୍ତଦାନ ମଧ୍ୟ କରୁଛନ୍ତି । ନିଷ୍ଠା ପରିବାର ର ଯେତେ ପ୍ରଶଂସା କଲେ ବି କମ ହେବ ବୋଲି କହିଛନ୍ତି ଶ୍ରୀ ସିଂ । ବରଗଡ଼ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ,ସମ୍ମାନିତ ଅତିଥି ବରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ,ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପଣ୍ଡା, ଏସଡିସିସି ସଭାପତି ନଗେନ୍ଦ୍ର ପ୍ରଧାନ,ପ୍ରଫୁଲ୍ଲ ନାୟକ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥଲେ। ରକ୍ତ ଦାନ କରୁଥିବା ଦେଖି ସମସ୍ତେ ଖୁବ୍ ଖୁସି ହୋଇ ରକ୍ତ ଦାତା ମାନଙ୍କୁ ଖୁବ୍ ପ୍ରଶଂସା କରିଥିଲେ ଏବଂ ଜନସାଧାରଣ ଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ।ଧନୁଯାତ୍ରା ତଥା ମିନାବାଜାର କୁ ବୁଲି ଆସୁଥିବା ପୁରୁଷ,ମହିଳା ବିଶେଷ କରି ଯୁବ ବର୍ଗ ଖୁବ୍ ଆଗ୍ରହ ର ସହ ସ୍ବତଃପ୍ରବୃତ୍ତ ରକ୍ତ ଦାନ ପାଇଁ ନିଜ ନାମ ପଞ୍ଜିକରଣ କରୁଥିଲେ।ଏହି ଶିବିର ରେ ୪ଯୋଡ଼ା ଯୋଡ଼ା ଦମ୍ପତ୍ତି ଙ୍କୁ ମିଶାଇ ସର୍ବମୋଟ୍ #୧୦୩ୟୁନିଟ୍ ରକ୍ତ ସମ୍ବଲପୁର ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା ।ନବବର୍ଷ ଉପଲକ୍ଷେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ଯୁବକ/ଯୁବତୀ ମାନେ ମତ ପ୍ରକାଶ କରୁଥିଲେ ଯେ ରକ୍ତଦାନ କରି ଅପରିଚିତ ,ଅଜଣା ବ୍ୟକ୍ତି ର ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଥିବାରୁ ବହୁତ ଖୁସି ଅଟୁ। ଏହି ଶିବିର ରେ ଦେବଗଡ ର ବିଶିଷ୍ଟ ସମାଜସେବୀ ଶ୍ରୀଯୁ୍କ୍ତ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର କୁ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ,ଖଗେଶ୍ବର ସାହୁ ,ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୂଚାରୁ ରୂପେ ପରିଚଳନା କରିଥିଲେ।ସମସ୍ତ ରକ୍ତଦାତା, ଏବଂ ରକ୍ତଦାନ ଶିବିର ଆୟୋଜନ ରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସହଯୋଗ କରିଥିବା ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି |

Leave A Reply

Your email address will not be published.