ଭୁବନେଶ୍ବର: ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କ ତ୍ରୟୋଦଶ ସ୍ମାରକୀ ଗାନ୍ଧୀ ବକ୍ତୃତା କାର୍ଯ୍ଯକ୍ରମ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହେବ ।
ଚଳିତ ବର୍ଷ ପାଇଁ ବିଷୟ ବସ୍ତୁ ହେଉଛି “ଗାନ୍ଧୀ ବିଚାରର ସର୍ବକାଳୀନ ପ୍ରାସଙ୍ଗିକତା” । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଯୋଗ ଦେଉଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଶ୍ରୀ ଦୀପକ ମିଶ୍ର ସ୍ମାରକୀ ଗାନ୍ଧୀ ବକ୍ତୃତା ଓ ପ୍ରଫେସର ସଂଘମିତ୍ରା ମିଶ୍ର ଭିତ୍ତି ଭାଷଣ ପ୍ରଦାନ କରିବେ ବୋଲି ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ଓ ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post