ବରଗଡ :- ପୁର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଲୋକଙ୍କ ପ୍ରତି ରହିଥିବା ଦରଦ କାହାରିକୁ ଅଛପା ନାହିଁ । ଲୋକଙ୍କ ସେବା କାର୍ଯ ରୁ ରାଜନୀତି ରେ ପାଦ ଦେଇଥିବା ଶ୍ରୀ ସିଂ ମାନବ ସେବାକୁ ମାଧବ ସେବା ଭାବରେ ଗ୍ରହଣ କରି ଅନବରତ ଭାବରେ ସେବା କାର୍ୟ୍ଯ କରି ଆସୁଛନ୍ତି । କେବଳ ତାଙ୍କର ନିର୍ବାଚନ ମଣ୍ଡଳୀ ନୁହେଁ , ଯିଏ ଯେଉଁ ଠାରେ ବି ତାଙ୍କର ସହଯୋଗ ଦରକାର କରେ , ମୁଖ୍ୟତଃ ଉପଚାର ପାଇଁ , ନିଜର ସାଧ୍ୟ ମତେ ସେ ତାଙ୍କୁ ସହଯୋଗ କରିବା ପାଇଁ ପ୍ରୟାସ କରିଥାନ୍ତି । ଶ୍ରୀ ସୁଶାନ୍ତ ସିଂ ଘେସଁ ନିକଟସ୍ଥ ଭଟେନଡୁଙ୍ଗୁରି ଠାରେ 165 ତମ ସହିଦ ଦିବସ ଅବସରରେ ନିଜର ଅଭିଭାଷଣ ରଖୁଥିବା ସମୟରେ ହଟାତ ତାଙ୍କର ଫୋନ ବାଜୀଉଠିଲା । ଅପର ପଟରୁ ଜଣେ ଫୋନ ରେ ସୂଚନା ଦେଲେ ଯେ କୁଚିପାଲି ରୁ ସନୀମାଲ ମଝିରେ ଏକ ସଡକ ଦୁର୍ଘଟଣା ରେ ଜଣେ ଶିଶୁ ଓ ଦୁଇ ଜଣ ଆହତ ହୋଇଛନ୍ତି । ଫୋନ ପାଇବା ମାତ୍ରେ ବିଧାୟକ ଶ୍ରୀ ସିଂ ତୁରନ୍ତ ତାଙ୍କ ପାଖରେ ଉପସ୍ଥିତ ଥିବା ଜିଲ୍ଲା ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କୁ ନିର୍ଦେଶ ଦେଲ , ଦୁର୍ଘଟଣା ରେ ଆହତ ମାନଙ୍କ ନିକଟରେ ପହଂଛି ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ।ନିଜର ନେତାଙ୍କର ନିର୍ଦେଶ ପାଇ ଶ୍ରୀ ତ୍ରିପାଠୀ ତୁରନ୍ତ ନିଜର କିଛି ପିଲା ମାନଙ୍କୁ ଧରି ଅବିଳମ୍ବେ ଘଟଣାସ୍ଥଳରେ ପହଂଛି ଆହତ ମାନଙ୍କୁ ନିଜ ଗାଡ଼ିରେ ପ୍ରଥମେ ସୋହେଲା ଡାକ୍ତରଖାନା କୁ ନେଇଥିଲେ ଓ ଆହତ ମାନଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ । ଚିକିତ୍ସା ଚାଲିଥିବା ସମୟରେ ବିଧାୟକ ଶ୍ରୀ ସିଂ ଡାକ୍ତରଖାନା କୁ ପହଞ୍ଚି ଆହତ ମହିଳା ଙ୍କର ଅବସ୍ଥା ପଚାରି ବୁଝି ଥିଲେ । ମହିଳା ଙ୍କର ଗୋଡ଼ ଭାଙ୍ଗି ଯାଇଥିବା ଜାଣି ତାଙ୍କୁ ତୁରନ୍ତ ବରଗଡ଼ ଜିଲ୍ଲା ଡାକ୍ତରଖାନା କୁ ପଠେଇବା ବ୍ୟବସ୍ଥା କରିଥିଲେ ବିଧ୍ୟାୟକ ଶ୍ରୀ ସୁଶାନ୍ତ ସିଂ । ଠିକ ସମୟରେ ବିଧାୟକ ଙ୍କର ନିକଟରୁ ସାହାଯ୍ୟ ସହଯୋଗ ପାଇ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ ଆହତ ଙ୍କର ପରିବାର ବର୍ଗ ।
Sign in
Sign in
Recover your password.
A password will be e-mailed to you.
Next Post