ମଣ୍ଡିରେ ଚାଷୀ ଧାନ ଦେବା ପାଇଁ ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟିତ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଆରଏମସି ବଜାର ପ୍ରାଙ୍ଗଣ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ , ନିୟନ୍ତ୍ରିତ ବଜାର କମିଟି ଓ ଏଆରସିଏସ ର ମିଳିତରେ ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟିତ ହୋଇଯାଇଛି।
ଗଜପତି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏଥିରେ ସଭାପତିତ୍ବ କରି ଚାଷୀମାନେ ମଣ୍ଡିକୁ ସଫା , ଶୁଖିଲା , ସମରଙ୍ଗି ଏବଂ ସମ ଆକାରର ଧାନ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ତଥା ଉଚିତ୍ ପ୍ରାପ୍ୟ ପାଆନ୍ତୁ।
ସେହିଭଳି ଜିଲ୍ଲା ପରିଷଦ ସଭାପତି ଶ୍ରୀ ତିରୁପତି ରାଓ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀ ମାନେ ମୁଖ୍ୟତଃ ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡିକୁ କେଉଁ ପ୍ରକାରର ଧାନ ଆଣିବେ , ସେମାନଙ୍କ ଧାନର ଉଚିତ୍ ପ୍ରାପ୍ୟ କିଭଳି ପାଇବେ , ମଣ୍ଡିରେ ଧାନ କେମିତି କ୍ରୟ କରିବେ , ସେ ସବୁ ଉପରେ କହି , ଚାଷୀ ସୁରୁଖୁରୁରେ ସେମାନଙ୍କ ସରକାରୀ ନିର୍ଦ୍ଧାରିତ ଭଲ ଓ ଶୁଖିଲା ଧାନ ଦେଇ ଉଚିତ୍ ପ୍ରାପ୍ୟ ନେବାକୁ ପରାମର୍ଶ ଦେଇ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା ଓ ସଂଯୋଜନା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ମଣ୍ଡିରେ ଚାଷୀ , ଧାନ ଆଣି ଦେବା ପାଇଁ ମୋଟ ୧୪ ହଜାର ୩୦୦ ବିଭିନ୍ନ ବର୍ଗର ଚାଷୀ ଚିହ୍ନଟ ହୋଇଛନ୍ତି ,ଏଥିପାଇଁ ୪୫ଟି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କ ଧାନ , ମଣ୍ଡିରେ କିଣାଯିବ। ଏଥିପାଇଁ ଚଳିତ ଥର ୨୧ ଟି ଏସଏଚଜି ଗ୍ରୁପ୍ ରହିଛନ୍ତି ବୋଲି କହି ଚଳିତ ଥର ଶାନ୍ତି ଶୃଙ୍ଖଳାର ସହ ମଣ୍ଡିରେ ଧାନ କ୍ରୟ ହେବ , ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ , ଅଗ୍ରଣୀ ଚାଷୀ ନେତା ଶ୍ରୀ ତିରୁପତି ପାଣିଗ୍ରାହୀ , କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଏଆରସିଏସ ଶ୍ରୀ ହରିହର ସେଠୀ , ଆରଏମସି ସେକ୍ରେଟାରୀ ଶ୍ରୀ ଏଲ୍ ରଘୁବାବୁ ପ୍ରମୁଖ ମଞ୍ଚାସିନ ଥିଲେ।

Leave A Reply

Your email address will not be published.