ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ:୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ନିଷ୍ପତି

0 1

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତି ପ୍ରତିଷ୍ଠା ଦିବସ ପାଳନ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୮ ତାରିଖ ଦିନ କେନ୍ଦୁପାଟଣା କୁଳିଆ ଆରଏମସି ପଡ଼ିଆରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ହେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିଧାୟକ ଶ୍ରୀ ଜେନାଙ୍କ ସହ ବିଜୁ ଜନତା ଦଳ ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ ଙ୍କ ସମେତ ବହୁ ବିଜେଡ଼ି କର୍ମୀମାନେ ଯୋଗଦାନ କରିଥିଲେ । ତେବେ ଆଗାମୀ ୮ ତାରିଖ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ କର୍ମୀମାନେ ସକ୍ରିୟ ଭାବେ ଯୋଗଦାନ କରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.