ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ବିଶିଷ୍ଟ ଶିଳ୍ପପତି ତିରୁପତି ପାଣିଗ୍ରାହୀ , ବରିଷ୍ଟ ବିଜେଡି ନେତା ତଥା ଭକ୍ତି ସଙ୍ଗୀତ ସଂସଦ ସଭାପତି ବସନ୍ତ ଦାସ ମଞ୍ଚାସୀନ ଥିଲେ। ସ୍ଥାୟୀ ମଞ୍ଚ ନଥିବା ଯୋଗୁଁ ଅସୁବିଧା ପରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ନାଟ୍ୟ ଦଳ ଆଣି ନାଟକ ପରମ୍ପରା ବଜାୟ ରଖିଥିବା ଯୋଗୁଁ ଅନୁଷ୍ଠାନକୁ ଅତିଥି ମାନେ ପ୍ରଶଂସା କରିଥିଲେ।
ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍ବାମୀ ଓ ସ୍ତ୍ରୀ ମୁଦ୍ରାର ଦୁଇ ପାର୍ଶ୍ଵ , ଉଭୟଙ୍କ ମଧ୍ୟରେ ପ୍ରେମ ଯେତିକି ରହିବ ବନ୍ଧୁତ୍ୱ ମଧ୍ୟ ସେତିକି ରହିବା ଦରକାର , ଯଦି ଜଣେ ଭାଙ୍ଗି ଯିବ ଅନ୍ୟ ଜଣେ ପଙ୍ଗୁ ହେଇଯାଏ ଏପରି ଏକ କାହାଣୀ କୁ ନେଇ ଭୁବନେଶ୍ୱର ପଞ୍ଚଧ୍ଵନି ନାଟ୍ୟ ଅନୁଷ୍ଠାନର କଳାକାର ମାନେ ପରିବେଷଣ କରିଥିଲେ ନାଟକ ” ଗୋଟାଏ କାହାଣୀ”। ନାଟକକୁ ଦୀପ୍ତି ରଞ୍ଜନ ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ କଳାକାରଙ୍କ ସୁନ୍ଦର୍ ଅଭିନୟରେ ଦର୍ଶକ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.
Next Post