ନବରଙ୍ଗପୁର/ଅଶୋକ ସାହୁ :ନବରଙ୍ଗପୁର ଜିଲ୍ଲାର ତିର୍ଲିଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟସେବା ଯୋଜନାର ସାତଦିନିଆଁ ସ୍ଵତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଛି।ଆୟୋଜିତ କାର୍ଯ୍ୟକ୍ରମର ସଭାପତିତ୍ବ କାର୍ଯ୍ୟକାରୀ ଅଧ୍ୟକ୍ଷ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ କରିଥଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିଆ ହରିଜନ,ବିଶେଷ ଅତିଥି ଭାବେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ୱରୀ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଏନଏସ୍ଏସ ବଗିଚା ରେ ଗୋଲାପ ଫୁଲ ଚାରା ରୋପଣ କରାଯାଇ ବଗିଚାର ସୋନ୍ଦର୍ଯ୍ୟ କୁ ବହୁ ଗୁଣିତ କରାଯାଇଥିଲା। ସ୍ବାଗତ ଭାଷଣ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଦେଇଥିଲେ। ଲୋକସମ୍ପର୍କ ଅଧିକାରୀ ନିଜ ବକ୍ତବ୍ୟ ରେ ସ୍ୱେଚ୍ଛାସେବୀଙ୍କ ମଣ୍ଡେଇ ସଫେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଜିଲ୍ଲା ସଂସ୍କୃତି ଅଧିକାରୀ ନିଜ ବକ୍ତବ୍ୟରେ ସମାଜ ଗଠନରେ ସ୍ୱେଚ୍ଛାସେବୀଙ୍କ ଭାଗିଦାରୀ ବିଷୟ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ବିଶେଷ ଅତିଥି ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ଶ୍ରୀମତୀ ମାଲେଶ୍ଵରୀ ସାହୁ ଜାତୀୟ ସେବା ଯୋଜନା ଭଳି ମହତ୍ ପୃଷ୍ଠଭୂମି ଅଛି ମହାବିଦ୍ୟାଳୟର ଯୁବକଯୁବତୀଙ୍କପାଇଁ ।ଏହାର ଭରପୂର୍ ଫାଇଦା ନେଇ ଆମେ ଯଦି ଅନ୍ୟପାଇଁ କିଛି ବି ସେବା ଦେଇପାରିବା ତେବେମଧ୍ୟ ମଣିଷ ଜୀବନର ସାର୍ଥକତା ଅଛି ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟ ତମ ବକ୍ତା ଭାବେ ସାନ ମଦିଗାଁ ର ମେଡିକାଲ୍ ଅଫିସର୍ ଡାକ୍ତର ଯୋଗଦେଇ ସ୍ୱେଚ୍ଛା ସେବୀଙ୍କ ସେବାର ପ୍ରଶଂସା କରିଥିଲେ।ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ସମସ୍ତ ଅତିଥି ଙ୍କ ସାମ୍ନା ରେ ସାତ ଦିନ ବ୍ୟାପୀ ଶିବିରର କାର୍ଯ୍ୟାବଳୀ ଉପସ୍ଥାପନ କରିଥିଲେ। ଅଧ୍ୟାପିକା ସୁଲୋଚନା ନାୟକ ଓ ଜିଭିଭି ରଞ୍ଜିତା ନିଜନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ସ୍ୱେଚ୍ଛାସେବୀ ମାନେ ମଧ୍ୟ ନିଜନିଜ ଅନୁଭୂତି ପ୍ରକାଶ କରିବା ସମୟରେ ଭାବବିହ୍ୱଳ ହୋଇ ଯାଇଥିଲେ।ଏହାପରେ ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ସ୍ବେଚ୍ଛାସେବୀଙ୍କୁ ପୁରସ୍କାର ଓ ସମସ୍ତ ସେଚ୍ଛାସେବୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଛୟାଲିଶି ସ୍ବେଛାସେବୀ ଯୋଗଦେଇଥିଲେ। ତତ୍ ସଙ୍ଗେସଙ୍ଗେ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ବିଭୁସ୍ମିତା ଖରା, ମୁରଲୀ ମୋହନ ନାୟକ, ଶ୍ରବଣ କୁମାର ପୁଝାରୀ,ସୁମନ୍ତ ବାଘେଲ, ପଲ୍ଲବୀ ସାହୁ,ବିକ୍ରମ ଭକ୍ତ,ଧନର ମାଝୀ, ସୋନାଲିକା ମହାପାତ୍ର, ମୋନାଲିସା ନାଗ ଭାଗ ନେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଶେଷରେ ସହକାରୀ ପ୍ରଫେସର ଡ ରୀୟଜଟ ଖଦିମଙ୍କ ଧନ୍ୟବାଦ୍ ଅର୍ପଣପରେ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା।
Sign in
Sign in
Recover your password.
A password will be e-mailed to you.