ଜଗତସିଂହପୁର/ସୁମନ୍ତ କୁମାର ଦାସ: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ୍ ଦ୍ୱାରା ଜଗତସିଂହପୁରରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କ୍ ର ଲୋକପାଳ ଶ୍ରୀ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ l ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ରିଜର୍ଭ ବ୍ୟାଙ୍କ୍ ସମନ୍ବିତ ଲୋକପାଳ ଯୋଜନା, ୨୦୨୧ ଉପରେ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆର୍.ବି.ଆଇ ଦ୍ୱାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ (ADR)ପ୍ରଣାଳୀ l ଶ୍ରୀ ନାୟକ କହିଲେ ବ୍ୟାଙ୍କ୍ ଏନ.ବି.ଏଫ.ସି ଏବଂ ପେମେଣ୍ଟ ସିଷ୍ଟମ ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥାଦ୍ୱାରା ପ୍ରଦତ୍ତ ସେବାରେ ଅଭାବଜନିତ ଯଦି କୌଣସି ଅଭିଯୋଗ ଥାଏ ତେବେ ଗ୍ରାହକମାନେ ସଂପୃକ୍ତ ସଂସ୍ଥା ନିକଟରେ ଅଭିଯୋଗ କରିବେ କିମ୍ଭା ୩୦ ଦିନ ମଧ୍ୟରେ କୌଣସି ଉତ୍ତର ନଦିଅନ୍ତି ତେବେ ଲୋକପାଳଙ୍କ ପାଖରେ ଅଭିଯୋଗ କରିପାରିବେ l ଶ୍ରୀନାୟକ ସାଇବର ଠକେଇ ବିଷୟରେ ଆଲୋଚନା କରି ତାଙ୍କ ଭାଷଣରେ ନିରାପଦ ଡିଜିଟାଲ ଵ୍ୟାଙ୍କି ସଂପର୍କୀୟ ଅନେକ ଉପାଦେୟ ତଥ୍ୟ କହିଥିଲେ ଏବଂ ଉପସ୍ଥିତ ସ୍ରୋତା ମାନଙ୍କୁ ସର୍ଚ୍ଚ ଇଂଜିନ୍ ବ୍ୟବହାର କରି ଇଣ୍ଟରନେଟ୍ରୁ କଷ୍ଟମର କେୟାର ଫୋନ ନମ୍ବର ନଖୋଜି ଡେବିଟି କାର୍ଡ /କ୍ରେଡିଟ କାର୍ଡରେ ଦିଆଯାଇଥିବା ଫୋନ ନମ୍ବର କିମ୍ବା ବ୍ୟାଙ୍କ୍ /ଅନୁଷ୍ଠାନର ୱେବ୍ସାଇଟରେ ଦିଆଯାଇଥିବା ଫୋନ ନମ୍ବରକୁ ବ୍ୟବହାର କରିବାକୁ ତଥା ଆର୍ଥିକ କାରବାର ନିମନ୍ତେ ପରାମର୍ଶ ଦେଇଥିଲେ l ଆର.ବି.ଆଇ ଅଧିକାରୀମାନେ ଡିଜିଟାଲ ଠକେଇ ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ l ଏହି ଆଲୋଚନାରେ ଶ୍ରୀ ଆଶିଷ ଏବଂ ଆରବିଆଇ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରୋତାମାନଙ୍କର ପ୍ରଶ୍ନ ଉତ୍ତର ଦେଇଥିଲେ l ଶ୍ରୀ ଗୌତମ ପାତ୍ର (ଜି.ଏମ. ୟୁକୋ ବ୍ୟାଙ୍କ୍ ), ଶ୍ରୀ ଦେବବ୍ରତ ମହାନ୍ତି(ଡି.ଜି.ଏମ.ୟୁକୋ ବ୍ୟାଙ୍କ୍),ଶ୍ରୀ ପ୍ରଶାନ୍ତ କୁମାର (ଡି.ଜି.ଏମ.ଏସ.ବି.ଆଇ ), ବାପୁଜୀ ସୁବୁଦ୍ଧି (ଏ.ଡି.ଏମ ୟୁକୋ ବ୍ୟାଙ୍କ୍) ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ପ୍ରାୟ ୨୦୦ ଗ୍ରାହକ ଭାଗ ନେଇଥିଲେ l ଶ୍ରୀ ସଚ୍ଚିଦାନନ୍ଦ ସାହୁ ଏଡିଏମଙ୍କ ତରଫରୁ ସକ୍ରିୟ ସହଯୋଗ ଦ୍ୱାରା ଆର.ବି.ଆଇ ଲୋକପାଳ କାର୍ଯ୍ୟାଳୟ ଦ୍ୱାରା ଏକ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଜଗତସିଂହପୁରରେ ସୁଚାରୁରୂପେ ଆୟୋଜିତ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.