ନବରଙ୍ଗପୁର/ ଅଶୋକ ସାହୁ: ନୂତନ ମଣ୍ଡେଇ ପଡିଆରେ ପଡ଼ି ରହିଥିବା ଅଜସ୍ର ପ୍ଲାଷ୍ଟିକ ଜରି,କାଗଜ ତୁକୁଡା ତଥା ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁକୁ ସଫେଇ କରିଛନ୍ତି ମଡେଲ ଡିଗ୍ରୀ କଲେଜ ର ଶତାଧିକ ସ୍ବେଛାସେବୀ। ଏଥିରେ ସାମିଲ୍ ହୋଇଥିଲେ ସାନ ମସିଗାଁ ମେଡିକାଲ୍ ର ପାଖାପାଖି କୋଡିଏ ସ୍ବାସ୍ଥ୍ୟ କର୍ମୀ,ଡାକ୍ତର, ଆଶା କର୍ମୀ ଓ ଝାଡୁଦାର। ପାଞ୍ଚଦିନ ବ୍ୟାପି ମଣ୍ଡେଇ ଉତ୍ସବରେ ଅନେକ ଦୋକାନ ବଜାରର ବର୍ଜ୍ୟବସ୍ତୁ ବହୁଳ ମାତ୍ରାରେ ଏଣେତେଣେ ପଡ଼ିରହି ପଡିଆର ସୌନ୍ଦର୍ଯ୍ୟ ଟିକେ ଫିକା ପଡ଼ିଥିଲା। ସ୍ବେଛାସେବୀଙ୍କ ଏଭଳି ପ୍ରୟାସକୁ ସାଧାରଣ ଜନତା ଭୂୟସୀ ପ୍ରଶଂସା କରିଛନ୍ତି। ଏହି ମହତ୍ କାର୍ଯ୍ୟରେ ମଡେଲ ଡିଗ୍ରୀ କଲେଜର ଶହେ କୋଡିଏ ସ୍ବେଛାସେବୀ, ଛାତ୍ରଛାତ୍ରୀ,କର୍ମଚାରୀ ମଧ୍ୟ ସାମିଲ୍ ଥିଲେ। ନବରଙ୍ଗପୁର ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଯୋଗ ଦେଇ ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନ୍ୟ ଯୁବ ସମାଜ ମଧ୍ୟ ଏଭଳି ସାମାଜିକ କାର୍ଯ୍ୟ କରିବାକୁ ଆହ୍ଵାନ କରିଥିଲେ।ସେହିପରି ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଉପସ୍ଥିତ ରହି ସ୍ବେଛାସେବୀ ଙ୍କ ସହ ମିଳିତ ଭାବରେ ମଣ୍ଡେଇ ସଫେଇରେ ନିଜ ଶ୍ରମ ଦାନ କରିଥିଲେ ।ମହାବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ, ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ, ଡ ରୀୟଯାତ୍ ଖାଡ଼ିମ୍,ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ,ତଥା ଜିଲ୍ଲା ପ୍ରଶାସନ ର ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।ସୋନୁ ସାହୁ, ସୁମନ୍ତ ବଘେଳ, ଶ୍ରବଣ କୁମାର ପୁଝାରୀ, ସୁଲୋଚନା ଦାସ, ଜିଭିଭି ରଞ୍ଜିତା, ଧନର ମାଝୀ, ସନ୍ଧ୍ୟା ରାଣୀ ପାଢ଼ୀ, ପଲ୍ଲବୀ ସାହୁ, ମୋନାଲିସା ନାଗ, ରବୀନ୍ଦ୍ର ମାଳି, ସୋନାଲିକା ମହାପାତ୍ର, ବିକ୍ରମ୍ ଭକ୍ତ,ପ୍ରହ୍ଲାଦ , ଅକ୍ଷୟ ଭକ୍ତ,ପଙ୍କଜ ଆଦି ସାମିଲ୍ ହୋଇ ସଫେଇ କାର୍ଯ୍ୟ କୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post