ଦୁର୍ବଳ ସଂଗଠନ ସଜାଡିବାକୁ ସାରା ଦେଶ ଗସ୍ତ କରୁଛନ୍ତି ଶ୍ରୀ ନଡ୍ଡା: ବିଜେଡି

0
  • ବାରମ୍ବାର ହାରିବା ଯୋଗୁଁ ବିଜେପି କର୍ମୀ ହତୋତ୍ସାହିତ ଓ ସଂଗଠନ ଦୁର୍ବଳ

  • ଦୁର୍ବଳ ସଂଗଠନକୁ ସଜାଡିବା ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି

ଭୁବନେଶ୍ୱର,: ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇପଡିଥିବା ଦଳୀୟ କର୍ମୀ ଓ ଦୁର୍ବଳ ହୋଇଯାଇଥିବା ସଂଗଠନକୁ ସଜାଡିବା ପାଇଁ ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା ଓଡିଶା ଗସ୍ତରେ ଆସିଛନ୍ତି । ସେ କେବଳ ଓଡିଶା ଆସିନାହାନ୍ତି ସାରା ଦେଶ ଗସ୍ତ କରି ଏଭଳି ସଭା ସମିତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଗସ୍ତ ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଡକ୍ଟର ପାତ୍ର କହିଛନ୍ତି ଯେ ଯେହେତୁ ଆଗକୁ ନିର୍ବାଚନ ଆସୁଛି ତେଣୁ ବିଜେପିର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ସ୍ୱାଭାବିକ ଭାବେ ଦେଶର ବିଭିନ୍ନ ଅଞ୍ଚଳ ବୁଲି ବୁଲି ସଭାସମିତି କରୁଛନ୍ତି । ସେହି କ୍ରମରେ ସେ ଆଜି ଓଡିଶା ଆସିଛନ୍ତି ଓ ଏଠାରେ ଦୁର୍ବଳ ହୋଇପଡିଥିବା ସଂଗଠନକୁ ସଜାଡିବାକୁ ଉଦ୍ୟମ କରୁଛନ୍ତି ।
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ୩୦ରୁ ୩୦ ଜିଲ୍ଲା ପରିଷଦରେ ଏବଂ ୯୦ ପ୍ରତିଶତରୁ ଅଧିକ ଆସନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଏଥିରେ ତାଙ୍କ ଦଳର କର୍ମୀ ଓ ନେତାମାନେ ହତୋତ୍ସାହିତ ହେବା ସହିତ ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି । ତେଣୁ ହତାଶ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀ ନଡ୍ଡା ଓଡିଶା ଗସ୍ତରେ ଆସିଥିବା ଡକ୍ଟର ପାତ୍ର କହିଛନ୍ତି ।

Leave A Reply

Your email address will not be published.