“ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପଦାମୃତ ନୃତ୍ୟାୟନ ଦ୍ଵାରା “ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା” ଆୟୋଜିତ ହୋଇଯାଇଛି । ସ୍ଥାନୀୟ ନଗର ଭବନ ପରିସରରେ ଅନୁଷ୍ଠିତ ଏହି ସ୍ମୃତି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ କେ.ନାରାୟଣ ରାଓ , ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପୌରାଧ୍ୟକ୍ଷା ନିର୍ମଳା ସେଠୀ , ସମ୍ପାଦକ ଭକ୍ତି ସଙ୍ଗୀତ ସଂସଦ ପୂର୍ଣ୍ଣଚନ୍ଦ୍ର ରଥ , ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାମଶଙ୍କର ବେହେରା , ଅନୁଷ୍ଠାନରସମ୍ପାଦିକା ପ୍ରୀତିପ୍ରିୟା ବେହେରା ମଞ୍ଚାସୀନ ଥିଲେ।
ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ଅନୁଷ୍ଠାନର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ପରେ ପଦାମୃତ ମୃତ୍ୟାୟନର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଓଡିଶୀ ନୃତ୍ୟ ସହ ବିଭିନ୍ନ ପଲ୍ଲୀ ନୃତ୍ୟ ଏବଂ ସମ୍ବଲପୁରୀ ନୃତ୍ୟ ବହୁ ଧୁମ୍ ଧାମରେ ପରିବେଷିତ ହୋଇଥିଲା। ଦର୍ଶକ ବିମୁଗ୍ଧ ହୋଇଥିଲେ। ବିନ୍ଦୁପ୍ରିୟା ବେହେରା , ମନୋଜ ପାଢ଼ୀ ଓ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.